ETV Bharat / state

ଜଙ୍ଗଲ ଛାଡି ସହରମୁହାଁ ନରହନ୍ତା ଦନ୍ତା, ଆତଙ୍କିତ ଲୋକେ

author img

By

Published : Feb 10, 2021, 6:52 PM IST

ଢେଙ୍କାନାଳ ସହରରେ ପଶିଲା ନରହନ୍ତା ଦନ୍ତା । ଗତ ତିନିଦିନ ଧରି ଏହି ଦନ୍ତାର ଉପଦ୍ରବ ଦେଖି ଢେଙ୍କାନାଳ ସହରର ଶ୍ୟାମଚରଣପୁର ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି ।

ସହର ମୁହାଁ ନରହନ୍ତା ଦନ୍ତା
ସହର ମୁହାଁ ନରହନ୍ତା ଦନ୍ତା

ଢେଙ୍କାନାଳ: ଜନବସତିମୁହାଁ ଦନ୍ତା । ଢେଙ୍କାନାଳ ସହରର ଶ୍ୟାମ ଚରଣପୁରରେ ଜାରି ରହିଛି ହାତୀ ଉପଦ୍ରବ । ଗାଁରେ ହାତୀ ପଶି ଘର ପାଚେରୀ ଭାଙ୍ଗିଲା ସହ ଉଜାଡ଼ିଲା ବାଡ଼ି ବଗିଚା । ଏହି ନରହନ୍ତା ଦନ୍ତାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ।

ସହର ମୁହାଁ ନରହନ୍ତା ଦନ୍ତା

ଢେଙ୍କାନାଳ ସହରରେ ପଶିଲା ନରହନ୍ତା ଦନ୍ତା । ଗତ ତିନିଦିନ ଧରି ଏହି ଦନ୍ତାର ଉପଦ୍ରବ ଦେଖି ଢେଙ୍କାନାଳ ସହରର ଶ୍ୟାମଚରଣପୁର ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । ସନ୍ଧ୍ୟା ହେଲେ ହାତୀ ଭୟରେ ଲୋକଙ୍କ ଘର ତାଟି କବାଟ ପଡିଯାଉଛି। ଭୟର ବାତାବରଣ ମଧ୍ୟରେ ରାତି ବିତାଉଛନ୍ତି ଅଞ୍ଚଳବାସୀ ।

ଏପରିକି ଶ୍ୟାମଚରଣପୁରର ମଧୁସୂଦନ ମିଶ୍ରଙ୍କ ଘର ପାଚେରୀ ଭାଙ୍ଗି କଦଳୀ ଗଛ ଓ ବାଡ଼ି ବଗିଚା ଉଜାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଏହି ଦନ୍ତା ଗତ କିଛିଦିନ ମଧ୍ୟରେ ଗହମଖୁଣ୍ଟି ଓ ସଦର ବନାଞ୍ଚଳରେ ତିନି ଚାରି ଜଣ ଲୋକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି ।

ଏପରିସ୍ଥଳରେ ହାତୀଟି ପାଖ ବୋରାପଦା ଜଙ୍ଗଲରେ ରହିଥିବାରୁ ଏହି ଶ୍ୟାମଚରଣପୁର ବାସୀ ଆତଙ୍କିତ ହୋଇପଡିଛନ୍ତି । ତୁରନ୍ତ ଏହି ନରହନ୍ତା ଦନ୍ତାକୁ ଆୟତ୍ତ କରି ଏହି ଅଞ୍ଚଳରୁ ସ୍ଥାନାନ୍ତରିତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.