ETV Bharat / state

ମାନୁ ନାହାନ୍ତି ଅମାନିଆ, ପରିବା ବଜାରରେ ଜମୁଛି ଭିଡ

author img

By

Published : May 6, 2021, 12:44 PM IST

ଢେଙ୍କାନାଳ ଜିଲ୍ଲା ଭୁବନରେ ଲକଡାଉନ ନିୟମକୁ ଫୁ କରିଛନ୍ତି ଅଞ୍ଚଳବାସୀ । ପରିବା ବଜାରରେ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପରିବା ବଜାରରେ ଜମୁଛି ଭିଡ
ପରିବା ବଜାରରେ ଜମୁଛି ଭିଡ

ଢେଙ୍କାନାଳ: କୋରୋନା ଦ୍ବିତୀୟ ଲହର କୋପରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର 14ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ହେଲେ ଢେଙ୍କାନାଳ ଜିଲ୍ଲା ଭୁବନରେ ଲକଡାଉନ ନିୟମକୁ ଫୁ କରିଛନ୍ତି ଅଞ୍ଚଳବାସୀ । ପରିବା ବଜାରରେ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।

ମାନୁ ନାହାନ୍ତି ଅମାନିଆ

ଲକଡାଉନ ପାଇଁ ବିଭିନ୍ନ ଛକରେ ପୋଲିସ କଡାକଡି ଚେକିଂ କରିଛି । ମାତ୍ର ପରିବା ବଜାରରେ ଭିଡକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ । ଫଳ ପରିବା ଦୋକନରେ ଲୋକଙ୍କର ବେଶ ଭିଡ ଦେଖିବାକୁ ମିଳିଛି । ବଜାରରେ ଏପରି ଭିଡ ସଂକ୍ରମଣ ବଢିବ ନେଇ ଆଶଙ୍କା ସୃଷ୍ଟି କରିଛି ।

ସେପଟେ ବଜାରରେ ଏପରି ଭିଡ ନେଇ ପ୍ରଶାସନକୁ ଦାୟୀ କରିଛନ୍ତି ସାଧାରଣ ଲୋକ । ଭୁବନ ପରିବା ବଜାରରେ ପୋଲିସ ଚେକିଙ୍ଗରେ ଢିଲାପଣ ପାଇଁ ଜନଗହଳି ହୋଇଛି । ପ୍ରଶାସନକୁ ଏଥିପ୍ରତି ଧ୍ୟାନ ଦେବା ସହ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.