ETV Bharat / state

ଢେଙ୍କାନାଳରେ ନଗର ଉନ୍ନୟନ ମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପ ସମୀକ୍ଷା ସାଙ୍ଗକୁ ଖାଇଲେ ଭାତ-ଡାଲମା

ଢେଙ୍କାନାଳ ଗସ୍ତରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ପୌରପରିଷଦ କାର୍ଯ୍ୟାଳୟ ବୁଲି କଲେ କାର୍ଯ୍ୟ ତଦାରଖ । ଆହାର କେନ୍ଦ୍ରରେ ଖାଇଲେ ଖାଦ୍ୟ । ଅଧିକ ପଢ଼ନ୍ତୁ...

ଢେଙ୍କାନାଳ ଗସ୍ତରେ ନଗର ଉନ୍ନୟନ ମନ୍ତ୍ରୀ
author img

By

Published : Oct 28, 2019, 2:55 PM IST

Updated : Oct 28, 2019, 3:12 PM IST

ଢେଙ୍କାନାଳ: ଅଚାନକ ଜିଲ୍ଲାକୁ ଗସ୍ତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଢେଙ୍କାନାଳ ପୌରକାର୍ଯ୍ୟାଳୟ ସାଙ୍ଗକୁ ସଦର ବ୍ଲକରେ ବୁଲି ଦେଖିଛନ୍ତି ସ୍ଥିତି । ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ ।

ଢେଙ୍କାନାଳରେ ନଗର ଉନ୍ନୟନ ମନ୍ତ୍ରୀ

ସୋମବାର ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଚାନକ ଢେଙ୍କାନାଳ ଜିଲ୍ଲାକୁ ଗସ୍ତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଢେଙ୍କାନାଳ ପୌରକାର୍ଯ୍ୟାଳୟ ସାଙ୍ଗକୁ ସଦର ବ୍ଲକକୁ ଯାଇ ପରିଦର୍ଶନ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି । ପରେ ବସଷ୍ଟାଣ୍ଡ ଠାରେ ଥିବା ଆହାର କେନ୍ଦ୍ରକୁ ଯାଇ ସେଠାରେ ଖାଦ୍ୟ ଖାଇଥିଲେ ।

ପରେ ପରେ ଢେଙ୍କାନାଳ ସହର ମହିଶାପାଟ ଠାରେ ଥିବା ସରକାରୀ ଆଦର୍ଶ ସ୍କୁଲ ଓ ବାଞ୍ଝକୁସୁମ ଠାରେ ପୌର ସଂସ୍ଥାର ପରିମଳ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ବୁଲି ଦେଖିଛନ୍ତି । ତେବେ ମାହାଙ୍ଗା ଅଞ୍ଚଳରେ ଆବାସ ଯୋଜନାରେ ହିତାଧିକାରୀ ଘର ପାଇନଥିବା ବିଜେପି ଅଭିଯୋଗ କରିଥିଲା । ଯାହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ପ୍ରକୃତ ହିତାଧିକାରୀ ତାଙ୍କୁ ଘର ଦିଆଯାଇଛି । ଯାହାକୁ ମିଳିନାହିଁ ସେମାନେ ଅଯୋଗ୍ୟ ହିତାଧିକାରୀ । ତଥାପି ବିଜେପି ଅଭିଯୋଗର ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଚାନକ ଢେଙ୍କାନାଳ ଗ୍ରସ୍ତ/ଢେଙ୍କାନାଳ ପୌରକାର୍ଯ୍ୟାଳୟ ସାଙ୍ଗକୁ ସଦର ବ୍ଲକରେ ବୁଲି ଦେଖିଲେ ସ୍ଥିତି/ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ରରେ ଖାଇଲେ ଆହାରBody:ଆଜି ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଚାନକ ଢେଙ୍କାନାଳ ଗ୍ରସ୍ତରେ ଯାଇଛନ୍ତି । ଏହି ଅବସରରେ ମନ୍ତ୍ରୀ ଢେଙ୍କାନାଳ ପୌରକାର୍ଯ୍ୟାଳୟ ସାଙ୍ଗକୁ ସଦର ବ୍ଲକକୁ ଯାଇ ପରିଦର୍ଶନ କରିବାବେଳେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି । ପରେ ବସଷ୍ଟାଣ୍ଡ ଠାରେ ଥିବା ଆହାର କେନ୍ଦ୍ରକୁ ଯାଇ ଆହାର ଖାଇଥିଲେ । ପରେ ପରେ ଢେଙ୍କାନାଳ ସହର ମହିଁଶାପାଟ ଠାରେ ଥିବା ସରକାରୀ ଆଦର୍ଶ ସ୍କୁଲ ଓ ବାଞ୍ଝକୁସୁମ ଠିରେ ପୌରସଂସ୍ଥାର ପରିମଳ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ବୁଲି ଦେଖୁଛନ୍ତି । Conclusion:ରାଜ୍ୟରେ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ନପାଇ ଥିଲାବାଲା ପାଇଥିବା ବିଶେଷ ଭାବେ ମନ୍ତ୍ରୀଙ୍କ ନିଜ ଅଞ୍ଚଳ ମାହାଙ୍ଗାରେ ସ୍ଥିତିକୁ ନେଇ ବିଜେପିର ଅଭିଯୋଗ ଉପରେ ସଫେଇ ଦେବାକୁ ଯାଇ ଏହାର ଯାଞ୍ଚ କରାଯାଉଛି ବୋଲି କହିଛନ୍ତି । ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ।ଇଟିଭି।ଇଟିଭି ଭାରତ ।
ବାଇଟ: ପ୍ରତାପ ଜେନା_1
ବାଇଟ: ପ୍ରତାପ ଜେନା_2
Last Updated : Oct 28, 2019, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.