ETV Bharat / state

ଜମି ବିବାଦ ଯୋଗୁଁ ଠେଙ୍ଗାମାଡରେ ଜଣେ ମୃତ

ଢେଙ୍କାନାଳରେ ଜମି ବିବାଦକୁ ନେଇ ଅଘଟଣ । ଠେଙ୍ଗାମାଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

author img

By

Published : Dec 1, 2020, 9:51 PM IST

ଢେଙ୍କାନାଳରେ ଜମିବାବାଦ, ଠେଙ୍ଗାମାଡରେ ଜଣେ ମୃତ

ଢେଙ୍କାନାଳ: ଜମିଜମା ବିବାଦକୁ ନେଇ ଢେଙ୍କାନାଳ ସହରର ଦକ୍ଷିଣକାଳୀ ବିଲସାହିରେ ଘଟିଛି ଅଘଟଣ । ବିବାଦ ବେଳେ ଠେଙ୍ଗାମାଡରେ ଜଣଙ୍କର ମୃତ୍ୟୁ ଘଟିଛି । ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର୍ ଥିବା ଜଣାପଡିଛି । ଖବର ପାଇ ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଦକ୍ଷିଣକାଳୀ ବିଲସାହି ଅଭୟ ନାୟକଙ୍କ ଜମିଜମାକୁ ନେଇ ଉକ୍ତ ସାହିର ବିଦେଶୀ ନାୟକଙ୍କ ସହ ବିବାଦ ଲାଗି ରହିଥିଲା । ଏହି ବିବାଦ ଆଜି(ମଙ୍ଗଳବାର) ଉଗ୍ରରୂପ ଧାରଣ କରିଛି । ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବିଦେଶୀ ନାୟକ ଅଭୟଙ୍କୁ ଏକ ଠେଙ୍ଗାରେ ପିଟି ଦେଇଥିଲେ ।

ଫଳରେ ଅଭୟ ଗୁରୁତର ହୋଇଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ବିଦେଶୀ ନାୟକ ଫେରାର୍ ଥିବା ଜଣାପଡିଛି । ଏନେଇ ଟାଉନ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.