ETV Bharat / state

ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ - accident in parjanga

ଢେଙ୍କାନାଳ ପରଜଙ୍ଗ ଗଡପଳାଶୁଣିରେ ପିକ୍ଅପ୍ ଭ୍ୟାନ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ପରିବାର ଓ ସ୍ଥାନୀୟ ଲୋକେ । ପ୍ରତିଶୃତି ମିଳିବା ପରେ ହଟିଲା ଅବରୋଧ ।

ACCIDENT
ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
author img

By

Published : Dec 5, 2019, 7:33 PM IST

ଢେଙ୍କାନାଳ: ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ଗଡପଳାଶୁଣି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଛାତ୍ରୀ ହେଲେ ସେହି ଗାଁର ଲିଜା ନାୟକ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବିରେ ମୃତଦେହକୁ ରାସ୍ତାରେ ରଖି ପ୍ରତିବାଦ କରିଥିଲେ ପରିବାର ଓ ସ୍ଥାନୀୟଲୋକେ ।

ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ସୂଚନା ଅନୁଯାୟୀ, ଗୁରୁବାର ମୃତ ଲିଜା ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଗଡ଼ପଳାଶୁଣିରୁ କଙ୍କଡାହାଡ଼ ଯାଉଥିବା ଏକ ପିକଅପ୍ ତାଙ୍କୁ ଭ୍ୟାନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ପରିବାର ଲୋକ ଓ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବିରେ ହନୁମାନ ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳକୁ ପରଜଙ୍ଗ ଥାନା ଅଧିକାରୀ ଓ ମହାବିରୋଡ଼ ଫାଣ୍ଡି ଅଧିକାରୀ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ସହାୟତା ପାଇଁ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୨ ଘଣ୍ଟାପରେ ରାସ୍ତା ଅବରୋଧ ହଟିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ପର୍ଜଙ୍ଗ ଗଡପଳାଶୁଣି ରେ ପିଅ୍ଅପ୍ ଭ୍ୟାନ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ବେଜନା/ ଉତ୍ୟକ୍ତ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଗଡପଳାଶୁଣି କଙ୍କଡାହାଡ ମୁଖ୍ୟ ରାସ୍ତା ଅବରୋଧ
ଆଙ୍କର: ପିକଅପ୍ ଭ୍ୟାନ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗର ଗଡପଳାଶୁଣୀରେ ଉତ୍ବେଜନା ପ୍ରକାଶ ପାଇଥିଲା। Body:କ୍ଷତିପୂରଣ ଦାବିରେ ଦୁର୍ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଗଡ଼ପଳାଶୁଣି ଗ୍ରାମ ପୋଖରୀ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଥିଲା। ଏହି ଗ୍ରାମର ଅଲେଖ ନାୟକଙ୍କ ଝିଅ ଲିଜା ନାୟକଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଲିଜା ଗଡାପଳାଶୁଣି ବାପୁଜି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଗୁରୁବାର ଲିଜା ଘରୁ ବାହାରି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଡ଼ପଳାଶୁଣିରୁ କଙ୍କଡାହାଡ଼ ଯାଉଥିବା ଏକ ପିକଅପ୍ ତାଙ୍କୁ ଭ୍ୟାନ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଲିଜାର ମୃତ୍ୟୁ ହୋଇଥିଲା ।ଏ ନେଇ ପରିବାର ଲୋକ ଓ ଗ୍ରାମବାସୀ ମାନେ କ୍ଷତି ପୁରଣ ଦାବିରେ ହନୁମାନ ଛକ ଅର୍ଥାତ ଦୁର୍ଘଟଣାସ୍ଥଳ ନିକଟରେ ଶବରଖି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳକୁ ପରଜଙ୍ଗ ଥାନା ଅଧିକାରୀ ,ଏସଆଇ ଓ ମହବିରୋଡ଼ ଫାଣ୍ଡି ଅଧିକାରୀ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ସହାୟତା ପାଇଁ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୨ ଘଣ୍ଟାପରେ ରାସ୍ତା ଅବରୋଧ ହଟିଥିଲା।Conclusion:ପୁଲିସ ପିକଅପ ଭ୍ୟାନକୁ ଜବତ କରି ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.