ETV Bharat / state

ଗ୍ୟାସ ପାଇପଲାଇନ ଗର୍ତ୍ତରେ ପଡି ବୃଦ୍ଧ ମୃତ - ଗେଲ ଇଣ୍ଡିଆ ଗ୍ୟାସ

ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଗେଲ ଇଣ୍ଡିଆ ଗ୍ୟାସ ନାମକ ଏକ ଠିକା ସଂସ୍ଥା ପକ୍ଷରୁ ଗ୍ୟାସ ପାଇଁ ଖୋଳାଯାଇଥିବା ପାଇପ ଲାଇନ ଗର୍ତ୍ତରେ ପଡି ବୃଦ୍ଧ ମୃତ । ଅଧିକ ପଢନ୍ତୁ...

ଗ୍ୟାସ ପାଇପଲାଇନ  ଗର୍ତ୍ତରେ ପଡି  ବୃଦ୍ଧ ମୃତ
ଗ୍ୟାସ ପାଇପଲାଇନ ଗର୍ତ୍ତରେ ପଡି ବୃଦ୍ଧ ମୃତ
author img

By

Published : Oct 7, 2021, 12:45 PM IST

ଢେଙ୍କାନାଳ: ଜୀବନ ନେଲା ଗ୍ୟାସ ପାଇପ ଲାଇନ ପାଇଁ ଖୋଳା ଯାଇଥିବା ଗର୍ତ୍ତ । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଗେଲ ଇଣ୍ଡିଆ ଗ୍ୟାସ ନାମକ ଏକ ଠିକା ସଂସ୍ଥା ପକ୍ଷରୁ ପାଇପ ଲାଇନ ଯୋଗେ ଗ୍ୟାସ ଯିବା ପାଇଁ ଏହି ଗର୍ତ୍ତ ଖୋଳାଯାଇଥିବା ବେଳେ ଏହା ଏବେ ମରଣଜନ୍ତା ପାଲଟିଛି । ଫଳରେ ଏହି ମରଣଜନ୍ତାରେ ପଡି ଭୁବନ କିଙ୍ଗୋଳ ଗ୍ରାମର ୭୬ ବର୍ଷିୟ ବୃଦ୍ଧ ଅନନ୍ତ ରାଉତଙ୍କ ମୃତ୍ୟୁ ହୋଇଛି । ଏହିର ଗର୍ତ୍ତର ଗଭୀରତା ୧୦ରୁ ୧୫ ଫୁଟରହିଥିବା ବେଳେ ଏହା ପାରାଦୀପ ଅଏଲ ଟର୍ମିନାଲରୁ ରାୟପୁରକୁ ପାଇପ ଲାଇନ ଯୋଗେ ଗ୍ୟାସ ଯିବା ପାଇଁ କାମ ଚାଲିଥିଲା । ଦିର୍ଘ ୨ ବର୍ଷ ହେଲା ଏହି କାମ ଚାଲିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଶେଷ ହୋଇନଥିବାରୁ ଏହି ଗର୍ତ୍ତରେ ପଡି ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ଗ୍ୟାସ ପାଇପଲାଇନ ଗର୍ତ୍ତରେ ପଡି ବୃଦ୍ଧ ମୃତ

ଆଜି ଭୋର ସମୟରେ ବୃଦ୍ଧ ଜଣଙ୍କ ଧାନବିଲକୁ ଯାଇଥିବା ବେଳେ ଆଉ ଫେରିନଥିଲେ । ତେବେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ଧାନ ବିଲ ନିକଟ ଦେଇ ଯାଇଥିବା ଗେଲ ଇଣ୍ଡିଆ ପାଇପ ଲାଇନ ପାଇଁ ଖୋଳାଯାଇଥିବା ଗଭିର ଗର୍ତ୍ତରେ ଅନନ୍ତଙ୍କ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ପରିବାର ଲୋକେ ଗେଲଇଣ୍ଡିଆ ନାମରେ ଭୁବନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଖାଲି ଅନନ୍ତ ନୁହଁନ୍ତି ବାରମ୍ବାର ଏପରି ଦୁର୍ଘଟଣା ଘଟି ଅନେକ ପଶୁ ମଧ୍ୟ ମୃତ୍ୟୁ ମୁଖରେ ପଡିଛନ୍ତି । ତେବେ ମୃତ ଅନନ୍ତ ରାଉତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.