ଢେଙ୍କାନାଳ: ଢେଙ୍କାନାଳ ଗସ୍ତରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ତେବେ ସେ ଜିଲ୍ଲାର ସିଭିଲ କୋର୍ଟ ପରିସରରେ ଓକିଲ ସଙ୍ଘ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ସହ ବାପୁଜୀଙ୍କର ଏକ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ତେବେ ଏହି ପ୍ରତିମୂର୍ତ୍ତିକୁ ଢେଙ୍କାନାଳ ଜିଲ୍ଲା ଓକିଲ ସଙ୍ଘ ଓ ସିଭିଲ କୋର୍ଟର ମିଳିତ ଉଦ୍ୟମରେ ସ୍ଥାପନ କରାଯାଇଛି । ଏହି ଅବସରରେ ମାନ୍ୟବର ମୁଖ୍ୟ ବିଚାରପତି କୋର୍ଟ ପରିସର ବୁଲି ଦେଖିଛନ୍ତି ।
ପରେ ଢେଙ୍କାନାଳ ଜିଲ୍ଲାର ବିଚାରପତି, ଜିଲ୍ଲାପାଳ ଓ ଆଇନ ବିଭାଗର ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି । ସେପଟେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଙ୍ଘର ସଭାପତି ସଞ୍ଜୟ ମିଶ୍ର ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସିଭିଲ କୋର୍ଟର ମୁଖ୍ୟ ବିଚାରପତି ଓ ଜିଲ୍ଲା ଦୌରାଜଜ କୋର୍ଟର ସମସ୍ତ ସଦସ୍ୟ ଓ ଓକିଲ ସଙ୍ଘର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ