ETV Bharat / state

Russia Ukraine War: ଜନ୍ମମାଟିକୁ ବାହୁଡିଲେ ଓଡ଼ିଆ ଡାକ୍ତରୀ ଛାତ୍ର ସୁପ୍ରୀତ

author img

By

Published : Mar 5, 2022, 4:13 PM IST

ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତ ଫେରୁଛନ୍ତି ୟୁକ୍ରେନରେ ମେଡିକାଲ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ ।ଜନ୍ମମାଟିକୁ ଫେରିଲେ ୟୁକ୍ରେନରେ ଫସିରହିଥିବା ଓଡ଼ିଆ ଡାକ୍ତରୀ ଛାତ୍ର ସୁପ୍ରୀତ । ଅଧିକ ପଢନ୍ତୁ

Russia Ukraine War : ଜନ୍ମମାଟିକୁ ବାହୁଡିଲେ ଓଡ଼ିଆ ଡାକ୍ତରୀ ଛାତ୍ର ସୁପ୍ରୀତ

ଢେଙ୍କାନାଳ: ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତ ଫେରୁଛନ୍ତି ୟୁକ୍ରେନରେ ମେଡିକାଲ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ । ଭାରତ ସରକାରଙ୍କର ଅପରେସନ ଗଙ୍ଗା ମାଧ୍ୟମରେ ଫେରୁଛନ୍ତି ଭାରତୀୟ । ଓଡିଶାର ଅନେକ ଛାତ୍ରଛାତ୍ରୀ ମଧ୍ଯ ୟୁକ୍ରେନରୁ ଫେରୁଛନ୍ତି ।

ଢେଙ୍କାନାଳ ଜିଲ୍ଲାର ମଧ୍ୟ ଏକାଧିକ ଛାତ୍ରଛାତ୍ରୀ ୟୁକ୍ରେନରେ ଫସିଛନ୍ତି । ପରଜଙ୍ଗ ବସୋଇ ଗାଁର ଚିନ୍ମୟ ବିଶ୍ୱାଳ, ଓଡ଼ପଡା କୁରୁଣ୍ଟି ଗାଁର ପ୍ରଦ୍ୟୁମ୍ନ କେଶରୀ ନାୟକ, ହିନ୍ଦୋଳ ବାଲିମିର ସ୍ୱାଧୀନ ବିଶ୍ୱାଳ,କାମାକ୍ଷାନଗରର ଦେବୀ ପ୍ରସାଦ ପାଢ଼ୀ ଓ ସୁଭଲିପ୍ସା ପାଣି ଓ ଗୋବିନ୍ଦପୁରର ସୁପ୍ରୀତ ସ୍ୱାଇଁ ସେଠାରେ ରହି ଡାକ୍ତରୀ ପାଠ ପଢନ୍ତି । ଏହାସହ ଢେଙ୍କାନାଳ ସହର କାଠଗଡାର ଆଶା ଦୀପ ମହାପାତ୍ର ଓ ଗୁଡ଼ିଆନାଳୀର ଲୋପାମୁଦ୍ରା ବେହେରା ଏପରି ୮ଜଣ ଛାତ୍ରଛାତ୍ରୀ ଡାକ୍ତରୀ ପଢୁଛନ୍ତି । ଏହି ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୩ଜଣ ପୂର୍ବରୁ ତାଙ୍କର ଜନ୍ମମାଟି ଢେଙ୍କାନାଳକୁ ଫେରି ସାରିଛନ୍ତି ।

ଏହାବି ପଢନ୍ତୁ : Russia UKraine War: ଅସ୍ତ୍ରବିରତି ଘୋଷଣା କଲା ଋଷ, ଫସିଥିବା ଲୋକଙ୍କୁ ଉଦ୍ଧାର ଫଇସଲା

ଅନ୍ୟ ମାନଙ୍କ ମଧ୍ୟରୁ ଗତରାତିର ଢେଙ୍କାନାଳ ସହର ଗୁଡ଼ିଆନାଲିର ଲୋପାମୁଦ୍ରା ବେହେରା ଓ ଗୋବିନ୍ଦପୁର ସୁପ୍ରୀତ ସ୍ୱାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଗୋବିନ୍ଦପୁରର ସୁପ୍ରୀତ ସ୍ୱାଇଁ ଗତରାତିରେ ତାଙ୍କର ଜନ୍ମମାଟି ଗୋବିନ୍ଦପୁରରେ ପହଞ୍ଚି ସାରିଛନ୍ତି । ଫଳରେ ସୁପ୍ରୀତଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି । ନିଜ ପୁଅକୁ କୋଳରେ ପାଇଁ ସୁପ୍ରୀତଙ୍କ ବାପା ମାଙ୍କ ଖୁସି କହିଲେ ନସରେ । ତାଙ୍କ ପୁଅ ଫେରି ଆସିଥିବା ପଛରେ ଭାରତ ସରକାରଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି ସୁପ୍ରୀତଙ୍କ ବାପା । ତେବେ ୟୁକ୍ରେନ ସରକାର ଓ ଭାରତ ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.