ETV Bharat / state

ଢେଙ୍କାନାଳରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ନାହିଁ କଟକଣା, ଏଣେ ତେଣେ ବୁଲୁଛନ୍ତି ଅମାନିଆ

ଢେଙ୍କାନାଳ ଜିଲ୍ଲା ଭୁବନରେ ଅହେତୁକ ଭାବେ ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏଠାରେ ଏବେ ପର୍ଯ୍ୟନ୍ତ ୧୮ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଖାଲି କଣ୍ଟେନମେଣ୍ଟ ଜୋନ ଘୋଷଣା କରି ବସିପଡିଛି ପ୍ରଶାସନ । ସେପଟେ କଡା କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଅମାନିଆମାନେ ଏଣେ ତେଣେ ବୁଲୁଥିବା ଦେଖିବାକୁ ମିଳୁଛି । ଫଳରେ ଭୁବନ ଏନଏସି ବାସୀ ଅତ୍ୟଧିକ ସଂକ୍ରମଣ ଆଶଙ୍କାରେ ଆତଙ୍କିତ ହୋଇ ପଡିଛନ୍ତି ।

ଢେଙ୍କାନାଳରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା:  ନାହିଁ କଡା କଟକଣା, ଏଣେ ତେଣେ ବୁଲୁଛନ୍ତି ଅମାନିଆ

author img

By

Published : Jul 27, 2020, 12:49 PM IST

ଢେଙ୍କାନାଳ: ଜିଲ୍ଲାର ଭୁବନରେ ଅହେତୁକ ଭାବେ ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏଠାରେ ଏବେ ପର୍ଯ୍ୟନ୍ତ ୧୮ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ତଥାପି ଅମାନିଆଙ୍କ ପାଇଁ କୌଣସି କଡ କଟକଣା ଲାଗୁ କରାଯାଇନାହିଁ ।

ଢେଙ୍କାନାଳରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ନାହିଁ କଡା କଟକଣା, ଏଣେ ତେଣେ ବୁଲୁଛନ୍ତି ଅମାନିଆ

ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ଗୋଟିଏ ଦିନରେ ୨ ଜଣ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କୁ ଢେଙ୍କାନାଳ କୋଭିଡ ହସପିଟାଲକୁ ନିଆ ଯାଇଛି । ବିଜ୍ଞାପିତ ପରିଷଦର ୧ ନଂ ଓ ୪ ନଂ ଓ୍ବାର୍ଡକୁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଦୁଇଟି ୱାର୍ଡରେ କେବଳ ବାଉଁଶ ଗୋଟିଏ ଲେଖାଏଁ ବାନ୍ଧି ଦେଇ ଦାଇତ୍ବ ତୁଲାଇ ଦେଇଛନ୍ତି ଏନଏସି କର୍ତ୍ତୃପକ୍ଷ ।

ଏପରିକି ଭୁବନ ଏନଏସିରେ କଡା କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଅମାନିଆମାନେ ଏଣେ ତେଣେ ବୁଲୁଥିବା ଦେଖିବାକୁ ମିଳୁଛି । ୨ ନଂ ଓ୍ବାର୍ଡର ପାଲା ମଣ୍ଡପ ତଳ ଶାସନ ଓ ଉପର ଶାସନରେ ସେମିତି କିଛି ବ୍ୟବସ୍ଥା କରାଯାଇନାହିଁ । ଫଳରେ ଭୁବନ ଏନଏସି ବାସୀ ଅତ୍ୟଧିକ ସଂକ୍ରମଣ ଆଶଙ୍କାରେ ଆତଙ୍କିତ ହୋଇ ପଡିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.