ETV Bharat / state

ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

author img

By

Published : Jun 8, 2020, 2:04 PM IST

Updated : Jun 8, 2020, 5:44 PM IST

ପୁଣି ଅଲୋଡା କନ୍ୟାରତ୍ନ । ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ତେବେ ଶିଶୁଟିର ଅବସ୍ଥା ଭଲଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Newborn baby girl rescued from the forest
ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଢେଙ୍କାନାଳ: ପୁଣି ଅଲୋଡା ହେଲା ନବଜାତକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ଼ ହରିଡାପଦା ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଗାଁର ବଳରାମ ପୁର୍ତ୍ତି ଓ ମିନତି ପୁର୍ତ୍ତି କାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଶିଶୁଟିର କାନ୍ଦ ଶବ୍ଦ ଶୁଣିବାକୁ ପାଇଥିଲେ ।

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ତେବେ କିଏ ଓ କାହିଁକି ଶିଶୁଟିକୁ ଏଠି ଫିଙ୍ଗିଛି ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଶିଶୁଟିକୁ ଉଦ୍ଧାର କରି ପ୍ରଥମେ ବିରାଶାଳ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କର।ଯାଇଥିଲା । ପରେ ଶିଶୁକୁ କାମାକ୍ଷାନଗର ଡାକ୍ତରଖାନାକୁ ପଠାଇ ଦେଇଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ଶିଶୁଟିକୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଶିଶୁଟିର ଅବସ୍ଥା ଭଲଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ଏପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ ଇଟିଭି ଭାରତ

Last Updated : Jun 8, 2020, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.