ଢେଙ୍କାନାଳ: ଜିଲ୍ଲାରୁ ପୁଣି ୨ କୋରୋନା ପଜିଟିଭ ଚିହ୍ନଟ । ଫଳରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ନୂତନ ୨ ଜଣ ମଧ୍ୟରୁ ଜଣେ କାମାକ୍ଷାନଗର ବ୍ଲକ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣକ ଗଁଦିଆ ଅଞ୍ଚଳର ।
ସେ ବସ ଯୋଗେ ଗତ ୨୦ତାରିଖରେ ହାଇଦ୍ରାବାଦରୁ ଆସି ଗଁନ୍ଦିଆ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଅନ୍ୟଜଣଙ୍କ କାମାକ୍ଷାନଗର ବ୍ଳକର ବାରୁଆଁ(କା) ପଞ୍ଚାୟତର ଆଞ୍ଚଳିକ ଉଚ୍ଚବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ସେ ଗତ ୨୨ ତାରିଖ ଦିନ ସୁରଟରୁ ଆସି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଗତ ୩୦ ତାରିଖରେ ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ଯାଇଥିଲା । ପଜିଟିଭି ବାହାରିବା ପରେ ଉଭୟଙ୍କୁ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆସନ୍ତା ୪୮ ଘଣ୍ଟା ପାଇିଁ ଉକ୍ତ କେନ୍ଦ୍ର ଦୁଇଟିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ