ETV Bharat / state

ହଜିଗଲା ମାନବିକତା: ଶାଶୂକୁ ଲହୁଲୁହାଣ କଲେ ଦୁଇ ବୋହୂ

author img

By

Published : Dec 24, 2019, 5:55 PM IST

75 ବର୍ଷୀୟା ମୁକୁତା ନାୟକଙ୍କର ଦୁଇ ବୋହୁ ଡଲି ଓ ମିରା । ମୁକୁତାଙ୍କ ଅଭିଯୋଗ ମୁତାବକ ଦୁଇ ବୋହୂ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି। ଅଧିକ ପଢନ୍ତୁ...

ହଜିଗଲା ମାନବିକତା: ଶାଶୂକୁ ଲହୁଲୁହାଣ କଲେ ଦୁଇ ବୋହୂ
ହଜିଗଲା ମାନବିକତା: ଶାଶୂକୁ ଲହୁଲୁହାଣ କଲେ ଦୁଇ ବୋହୂ

ଢେଙ୍କାନାଳ: ପୁଅ ବାହା କଲା । ଘରକୁ ଆସିଲେ ଦୁଇ ବୋହୂ । ଶାଶୂର ଖୁସି କହିଲେ ନସରେ। ଏଣିକି ଖାଇବ ବୋହୂ ପରସା । କିନ୍ତୁ ସେବା ବଦଳରେ ଖାଉଛି ମାଡ। ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ NAC ଲତାବିଲ ଗ୍ରାମରେ।

ହଜିଗଲା ମାନବିକତା: ଶାଶୂକୁ ଲହୁଲୁହାଣ କଲେ ଦୁଇ ବୋହୂ

75 ବର୍ଷିୟା ମୁକୁତା ନାୟକଙ୍କର ଦୁଇ ବୋହୁ ଡଲି ଓ ମିରା । ମୁକୁତାଙ୍କ ଅଭିଯୋଗ ମୁତାବକ ଦୁଇ ବୋହୂ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି। ଏପରିକି ମଙ୍ଗଳବାର ସାନବୋହୁ ବାରଣ୍ଡାରେ ରଖିଥିବା ପାଣିରେ ମୁକୁତା ଧୋଇ ହୋଇପଡିବାରୁ ବୋହୂ ପାଟିତୁଣ୍ଡ କରିଥିଲା । ପରେ ଦୁଇ ବୋହୂ ଶାଶୁଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ଧକ୍କା ମାରିଥିଲେ। କାନ୍ଥରେ ବାଡେଇ ଦେବାରୁ ମୁକୁତାଙ୍କ ମୁହଁରେ କ୍ଷତ ହୋଇ ଲହୁ ଲୁହାଣ ହୋଇଥିଲେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୁକୁତା ନ୍ୟାୟ ପାଇଁ ଭୁବନ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏନେଇ ଭୁବନ ଥାନାରେ ଅଭିଯୋଗ ପରେ ପୋଲିସ ତାଙ୍କୁ ଚିକିତ୍ସା କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଥାଉକି, ସ୍ବାମୀ ନରହରି ନାୟକଙ୍କ 30 ବର୍ଷ ପୂର୍ବେ ଦେହାନ୍ତ ପରଠାରୁ ମୁକୁତା କାଠ ବିକ୍ରି କରି ପିଲାଙ୍କୁ ଛୋଟରୁ ବଡ କରିଥିଲେ । ତେବେ ଦୁଇ ବୋହୂ ଶାଶୁକୁ ଗାଳି ମାଡ ଦେବା ସମୟରେ ଦୁଇ ପୁଅ ଚୁପ୍ ରହୁଥିବା ଘଟଣା ଭୁବନରେ ବେଶ ଆଲୋଡନ ସୃଷ୍ଟି କରିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ହଜିଗଲା ମାନବିକତା /ଢେଙ୍କାନାଳ ଜିଲ୍ଲା ଲତାବିଲରେ ଶାଶୁକୁ ପିଟିଲେ ଦୁଇ ବୋହୁ/ ନ୍ୟାୟ ପାଇଁ ଆହତ ଶାଶୁ ଭୁବନ ଥାନାର ଦ୍ବାରସ୍ତ
ଆଙ୍କର- ହଜିଗଲା ମାନବିକତା । ଯେଉଁ ସମୟରେ ବୃଦ୍ଧା ଶାଶୁ ଖୋଜିଥାଏ ଟିକେ ସାହାରା ସେହି ସମୟରେ ପାଉଛି ମାଡ ଆଉ ଗାଳି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ NAC ଲତାବିଲ ଗ୍ରାମରେ ।
Body:ମାଡ ନିର୍ଯ୍ୟାତନାର ଶିକାର ହୋଇଥିବା ୭୫ବର୍ଷିୟା ମୁକୁତା ନିୟକଙ୍କର ଦୁଇ ବୋହୁ ଡଲି ଆଉ ମିରା ।ମୁକୁତାଙ୍କ ଅଭିଯୋଗ ମୁତାବକ ଦୁଇ ବୋହୁ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି । ଏପରିକି ଆଜି ସାନବୋହୁ ବାରଣ୍ଡାରେ ଢାଳରେ ରଖିଥିବା ପାଣିରେ ଧୋଇ ହୋଇପଡିବାକୁ ନେଇ ବୋହୁଙ୍କ ସହ ବଚସା ହୋଇଥିଲା । ଏଥିରେ ଉତ୍କ୍ଷୀପ୍ତ ହୋଇ ଦୁଇ ବୋହୁ ଶାଶୁ ମୁକୁତାଙ୍କୁ ନିର୍ଧୁମ ମାଡ ମାରିବା ସହ ଧକ୍କା ମାରିଥିଲେ । କାନ୍ଥରେ ବାଡେଇ ଦେବାରୁ ମୁକୁତାଙ୍କ ମୁହଁରେ କ୍ଷତ ହୋଇ ଲହୁ ଲୁହାଣ ହୋଇଥିବା ଜଣାପଡିଛି।ରକ୍ତ ଯୁଡୁବୁଡୁ ଅବସ୍ଥାରେ ଶାଶୁ ମୁକୁତା ନ୍ୟାୟ ପାଇଁ ଭୁବନ ଥାନାର ଦ୍ବାରସ୍ତ ହୋଇଛନ୍ତି। ଏ ନେଇ ଭୁବନ ଥାନାରେ ଅଭିଯୋଗ ପରେ ପୁଲିସ ତାଙ୍କୁ ଚିକିତ୍ସା କରାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଥାଉକି, ସ୍ବାମୀ ନରହରି ନାୟକଙ୍କ ୩୦ ବର୍ଷ ପୂର୍ବେ ଦେହାନ୍ତ ପରଠାରୁ ମୁକୁତା କାଠ ବିକ୍ରି କରି ପିଲାମାନଙ୍କୁ ଛୋଟରୁ ବଡ କରିଥିଲା । ସ୍ବପ୍ନ ଦେଖିଥିଲା ପୁଅମାନେ ସାହାରା ହେବେ । କିନ୍ତୁ ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା । Conclusion:ଦୁଇ ବୋହୁ ଶାଶୁକୁ ମାଡ ଗାଳି ଦେବା ସମୟରେ ଦୁଇ ପୁଅ ଚୁପ ରହୁଥିବା ଘଟଣା ଭୁବନରେ ବେଶ ଆଲୋଡନ ସୃଷ୍ୟଟି କରିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.