ଢେଙ୍କାନାଳ: ଜିଲ୍ଲାର ଭୁବନ ସୁରପ୍ରତାପପୁରରେ ବନବିଭାଗର ଚଢାଉ । ଭୁବନ ବନାଞ୍ଚଳ କର୍ମଚାରୀ ସୁରପ୍ରତାପପୁର ପାତ୍ର ସାହିର ଆମ୍ବ ତୋଟାରୁ ଶାଗୁଆନ ଗଣ୍ଡି, ଶାଳ ପଟା ଓ କାଠ ଜବତ କରିଛନ୍ତି । ଜବତ ଚୋରା କାଠ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏହି କାଠ କିଏ ରଖିଥିଲା ସେ ସଂପର୍କରେ ବନବିଭାଗ ପକ୍ଷରୁ ତଦନ୍ତ ଚାଲିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ