ଢେଙ୍କାନାଳ: ବ୍ୟକ୍ତିଙ୍କୁ କଚାଡି ମାରିଲା ଦନ୍ତା ହାତୀ। ଢେଙ୍କାନାଳ କପିଳାଶ ବନାଞ୍ଚଳର ବ୍ରାହ୍ମଣୀଆ ସଂରକ୍ଷିତ ଜଙ୍ଗଲରେ ପୁଣି ଜଣକୁ କଚାଡି ମାରିଛି ଦନ୍ତା ହାତୀ । ମୃତକ ଜଣଙ୍କ ହେଲେ ଗଁନ୍ଦିଆ ଗୁଙ୍ଗୁରାପଶି ଫୁକାର ସାହିର ବ୍ରଜକିଶୋର ପ୍ରଧାନ ।
ସୂଚନା ଅନୁଯାୟୀ, ରବିବାର ବ୍ରଜ କିଶୋର କାଠ ଗୋଟାଇବାକୁ ବ୍ରାହ୍ମଣୀଆ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ସେହି ସମୟରେ ସେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ଦନ୍ତା ହାତୀ ବ୍ରଜ କିଶୋରଙ୍କୁ କଚାଡି ଦେଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ସହ ଯାଇଥିବା ଅନ୍ୟମାନେ ଖବର ଦେବାରୁ କପିଳାଶ ବନ କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ