ETV Bharat / state

ଶ୍ରୀମନ୍ତପୁର ଗ୍ରାମରେ ହତ୍ୟାକାଣ୍ଡ : ପୂର୍ବ ଶତୃତାକୁ ନେଇ ଯୁବକଙ୍କୁ ପିଟିପିଟି ମାରିଦେଲେ

author img

By

Published : Oct 10, 2022, 9:11 PM IST

Updated : Oct 10, 2022, 10:12 PM IST

ପୂର୍ବ ଶତୃତାକୁ ନେଇ ଯୁବକଙ୍କୁ ପିଟିପିଟି ମାରିଦେଲେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଶ୍ରୀମନ୍ତପୁର ଗାଁରେ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ତପୁର ଗ୍ରାମରେ ହତ୍ୟାକାଣ୍ଡ : ପୂର୍ବ ଶତୃତାକୁ ନେଇ ଯୁବକଙ୍କୁ ପିଟିପିଟି ମାରିଦେଲେ
ଶ୍ରୀମନ୍ତପୁର ଗ୍ରାମରେ ହତ୍ୟାକାଣ୍ଡ : ପୂର୍ବ ଶତୃତାକୁ ନେଇ ଯୁବକଙ୍କୁ ପିଟିପିଟି ମାରିଦେଲେ

ଢେଙ୍କାନାଳ : ପୂର୍ବ ଶତୃତାକୁ ନେଇ ଯୁବକଙ୍କୁ ପିଟିପିଟି ମାରିଦେଲେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଶ୍ରୀମନ୍ତପୁର ଗାଁରେ । ମୃତକ ଜଣକ ହେଲେ ଶ୍ରୀମନ୍ତପୁର ଗାଁର ଗଙ୍ଗାଧର ପଧାନ । ଏହି ଘଟଣାରେ ପୋଲିସ କୁଶଗୋଡା ଗ୍ରାମର ଶେଷ ଦେହୁରୀକୁ ଗିରଫ କରିଥିବା ବେଳେ ତାଙ୍କର ଦୁଇ ନାବାଳକ ପୁଅକୁ ମଧ୍ୟ ଗିରଫ କରିଛି ।

ତେବେ ବିଲ ବାଡିକୁ ନେଇ ପୂର୍ବ ଶତୃତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି । ସୂଚନାନୁସାରେ ଗଙ୍ଗାଧରଙ୍କ ସହ ଶେଷଦେବ ଦେହୁରୀଙ୍କ ପରିବାର ସାଥୀରେ ବିଲ ବାଡିକୁ ନେଇ ଶତୃତା ରହିଥିଲା । ଏହାକୁ ନେଇ ଗତ କିଛିଦିନ ପୂର୍ବେ ଗଣ୍ଡଗୋଳ ହୋଇଥିଲା । ଏପରିକି କଥା ଥାନାକୁ ଯାଇଥିଲା । ପରେ ଥାନା ଅଧିକାରୀ ଦୁଇଜଣଙ୍କୁ ବୁଝାସୁଝା କରି ପଠାଇ ଦେଇଥିଲେ । ତଥାପି ଉଭୟ ପରିବାର ମଧ୍ୟରେ ଛକାପଞ୍ଝା ଲାଗି ରହଥିଲା । ତେବେ ଗତକାଲି (ରବିବାର) ଗଙ୍ଗାଧର ବିଲକୁ ଯାଉଥିବା ସମୟରେ ଶେଷ ଦେହୁରୀ ଓ ତାଙ୍କର ଦୁଇ ନାବାଳକ ପୁଅ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ : ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଘରୁ ଲୁଟି ନେଲେ 7 ଲକ୍ଷ

ଫଳରେ ଘଟଣାସ୍ଥଳରେ ଗଙ୍ଗାଧର ଟଳିପଡିଥିଲେ । ଗଙ୍ଗାଧର ଅଚେତ ହୋଇ ପଡ଼ିଥିବା ଦେଖି ବାପ ଶେଷ ଦେହୁରୀ ଓ ତାଙ୍କର ଦୁଇ ନାବାଳକ ପୁଅ ଫେରାର ହୋଇଯାଇଥିଲେ । ତେବେ ସେହି ବାଟ ଦେଇ ଯାଉଥିବା ସ୍ଥାନୀୟ ଲୋକେ ଗଙ୍ଗାଧରକୁ ମୁର୍ମୁଷ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେଠାରେ ଗଙ୍ଗାଧର ମୁର୍ମୁଷ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ଏହାସହ ତାଙ୍କୁ ଶ୍ରୀରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ଜଟିଳ ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ହେଲେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଗଙ୍ଗାଧରଙ୍କ ପରିବାର ଲୋକେ ଶେଷ ଦେହୁରୀ ଓ ତା ପରିବାର ନାଁରେ ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ଫରେନସିକ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଶେଷଦେବ ଦେହୁରୀକୁ ଗିରଫ କରିଛି । ଏହାସହ ଶେଷଦେବଙ୍କ ଦୁଇ ନାବାଳକ ପୁଅକୁ ମଧ୍ୟ ଗିରଫ କରିଛି ପୋଲିସ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Oct 10, 2022, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.