ETV Bharat / state

ଦନ୍ତା ଆକ୍ରମଣରେ ଦୁଃଶାସନ ଗୁରୁତର - ଝେଙ୍କାନାଳ ପରଜଙ୍ଗରେ ହାତୀ ଉପଦ୍ରବ

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଅଞ୍ଚଳରେ ହାତୀଙ୍କର ଉପଦ୍ରବ ଥମିବାର ନା ଧରୁନି। ଏପରି ସ୍ଥଳେ ପୁଣି ରବିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ପରଜଙ୍ଗ ଥାନା କଟାବାହାଳ ଗ୍ରାମର ଦୁଃଶାସନ ଦାସ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଢେଙ୍କାନାଳ
author img

By

Published : Nov 10, 2019, 11:31 PM IST

ଢେଙ୍କାନାଳ: ମହାବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନରେ ହାତୀଙ୍କର ଉପଦ୍ରବ ଥମିବାର ନା ଧରୁନି। ଏପରି ସ୍ଥଳେ ପୁଣି ରବିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ପରଜଙ୍ଗ ଥାନା କଟାବାହାଳ ଗ୍ରାମର ଦୁଃଶାସନ ଦାସ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଢେଙ୍କାନାଳ

ସୂଚନା ଅନୁଯାୟୀ, ବିଲରେ କାମ କରିବାକୁ ଯାଇ ଦୁଃଶାସନ ଘରକୁ ଫେରୁଥିବା ବେଳେ କଟାବାହାଳ ନୁଆସାହି ନିକଟରେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ଯାହା ଫଳରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା। ତେବେ ଏହି ଘଟଣା ପରେ ଲୋକ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ପରଜଙ୍ଗ ଅଞ୍ଚଳରେ ବାରମ୍ବାର ଲୋକମାନେ ହାତୀ ଆକ୍ରମଣର ଶୀକାର ହେଉଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ହାତୀ ପଲ ଅଞ୍ଚଳ ଛାଡି ଯାଉ ନଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ପୁଣି ହାତୀ ଉପଦ୍ରବ/ଢେଙ୍କାନାଳ ପରଜଙ୍ଗରେ ଜଣଙ୍କୁ ଦାନ୍ତରେ ଭୁଷି ଦେଲା ଦନ୍ତା। ଦନ୍ତା ଆକ୍ରମଣରେ ଜଣେ ସଂଙ୍କଟାପନ୍ନ।
ଆଙ୍କର_ଢେ଼ଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନରେ ହାତୀ ମାନଙ୍କର ଉପଦ୍ରବ ଥମିବାର ନା ଧରୁନି। ଏପରିସ୍ଥଳେ ପୁଣି ଆଜି ସଂନ୍ଧାରେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି ।Body:ଆହତ ଜଣଙ୍କ ହେଲେ ପରଜଙ୍ଗ ଥାନା କଟାବାହାଳ ଗ୍ରାମର ଦୁଃଷାଶନ ଦାସ। ସେ ଘରକୁ ଫେରୁଥିବା ବେଳେ କଟାବାହାଳ ନୁଅା ସାହି ନିକଟରେ ହାତୀ ଆକ୍ରମଣର ଶୀକାର ହୋଇଥିଲେ।ଦନ୍ତା ହାତୀଟି ଦାନ୍ତରେ ତାଙ୍କୁ ଭୁଷି ଦେବାରୁ ପେଟରେ ଦାନ୍ତ ପଶିଯାଇ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ପରେ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା। ତେବେ ଲୋକମାନେ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିକରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି ।Conclusion:ପରଜଙ୍ଗ ଅଞ୍ଚଳରେ ବାରମ୍ବାର ଲୋକମାନେ ହାତୀ ଆକ୍ରମଣର ଶୀକାର ହେଉଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି।ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ବାରମ୍ବାର ଚେଷ୍ଟା କରା ଯାଉ ଥିଲେ ସୁଦ୍ଧା ହାତୀ ପଲ ଏ ଅଂଚଳଛାଡି ଯାଉ ନଥିବା ଜଣାପଡିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.