ETV Bharat / state

କପିଳାସରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରା, ଭୋର ୪ଟା ୨୮ ମିନିଟ ଉଠିଲା ମହାଦୀପ

author img

By

Published : Feb 19, 2023, 3:12 PM IST

କପିଳାସରେ ଧୁମଧାମରେ ମହାଶିବରାତ୍ରୀଙ୍କ ଜାଗର ଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି । ଭୋର 4ଟା 28 ମିନିଟରେ ମନ୍ଦିର ଚୂଡାକୁ ମହାଦୀପ । ଅଧିକ ପଢନ୍ତୁ

କପିଳାସରେ ପ୍ରଭୁ ଚନ୍ଦ୍ର ଶେଖରଙ୍କ ଜାଗର ଯାତ୍ରା

ଢେଙ୍କାନାଳ: ଶୈବପୀଠ କପିଳାସରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରା ବେଶ ଧୁମଧାମରେ ସମ୍ପନ୍ନ ହୋଇଛି । ଭୋର ୪ଟା ୨୮ମିନିଟରେ ମନ୍ଦିର ଚୁଡାକୁ ମହାଦୀପ ଉଠିଥିଲା । ପବିତ୍ର ମହାଶିବରାତ୍ରି ଅବସରରେ ରାଜ୍ୟର ପ୍ରମୁଖ ଶୈବ ପୀଠ ଢେଙ୍କାନାଳର କପିଳାଶର ଅଧୀଶ୍ଵର ପ୍ରଭୁ ଚନ୍ଦ୍ରଶେଖରଙ୍କ ପାଳିତ ହେଉଛି ଜାଗର ଯାତ୍ରା । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କପିଳାଶର ପ୍ରଭୁ ଚନ୍ଦ୍ରଶେଖରଙ୍କ ଅପାର ମହିମା ଯୋଗୁଁ ଏହି ପୀଠକୁ ରାଜ୍ୟ ବ୍ୟାପି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଏହି ପୀଠ ଟାଣି ଆଣିଛି ।

ସନ୍ଧ୍ୟା ପରେ ପୀଠରେ ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ସଂଖ୍ୟା ବଢିଥିଲା । ପୀଠର ଅଧୀଶ୍ଵର ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ ସାଙ୍ଗକୁ ମହାଦୀପ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଥିଲେ ଶ୍ରଦ୍ଧାଳୁ । ମାନସିକଧାରୀ ଦୀପ ଟିଏ ଜାଳି ନିଜର ମାନସିକ ପୂରଣ ପାଇଁ ଆରଧାନା କରିଥିଲେ । ପୀଠର ଉପରି ଭାଗରୁ ପାହାଚ ଓ ରାସ୍ତା ପର୍ଯ୍ୟନ୍ତ ମାନସିକ ଧାରୀ ଦୀପ ଜାଳି ପ୍ରଭୁଙ୍କୁ ପ୍ରାର୍ଥନାରେ ବ୍ୟସ୍ତ ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପ୍ରଜ୍ବଳିତ ଦୀପର ମିଞ୍ଜି ମିଞ୍ଜି ଆଲୁଅରେ ସମ୍ପୂର୍ଣ କପିଳାଶ ପୀଠ ଝଲସି ଉଠିଥିଲା । ସେପଟେ ପୂଜକଙ୍କ ମନ୍ତ୍ର ଧ୍ବନୀ ସାଙ୍ଗକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହର ହର ମହାଦେବ ଓ ଜୟ ଶିବ ଶମ୍ଭୁ ଧ୍ବନି ଆଉ ଭଜନ କୀର୍ତ୍ତନରେ ପ୍ରକମ୍ପିତ ହୋଇଉଠିଥିଲା ପୀଠ।

ଶାନ୍ତି ଶୃଙ୍ଖଳା ପାଇଁ ୧୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ପୋଲିସ ପଦାଧିକାରୀ ମାନେ ନିଜେ ଭିଡ଼ ପରିଚାଳନା କରୁଥିବା ପରିଲକ୍ଷିତ ହୋଇଥିଲା । ବିଗତ ଦୁଇ ବର୍ଷ କୋଭିଡ କଟକଣା ପରେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ସକାଳୁ ସକାଳୁ ପରିଲକ୍ଷିତ ହେଉଥିବା ଭିଡ଼ ସନ୍ଧ୍ୟା ପରେ ପ୍ରବଳ ମାତ୍ରାରେ ବଢ଼ିବାରେ ଲାଗିଥିଲା। ସେପଟେ ଜାଗର ଯାତ୍ରା ଉପଲକ୍ଷେ ଏହି ପୀଠର ପରମ୍ପରା ମୁତାବକ ଆଜି ପ୍ରାତଃ ସମୟରୁ ସ୍ୱତନ୍ତ୍ର ରୀତିନୀତିରେ ଚିତାପତ୍ରି ସେବାୟତ ମାନେ ପ୍ରଭୁ ଚନ୍ଦ୍ରଶେଖରଙ୍କ ନୀତିକାନ୍ତି ପରେ ସନ୍ଧ୍ୟାରୁ ଜୀଉଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା ।

ସ୍ବତନ୍ତ୍ର ସେବାୟତ ଓ ରାଜପରିବାର ପକ୍ଷରୁ ଚାରି ପ୍ରହର ଚାରି ପୂଜା ଲେଖାଏଁ ଷୋଳ ପୂଜାସାଙ୍ଗକୁ ଷୋଡ଼ଶ ଉପଚାରରେ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ସନ୍ଧ୍ୟା ପରେ ପୀଠରେ ମାତା ପର୍ବତୀଙ୍କର ରାଜରାଜେଶ୍ୱରୀ ବେଶ, ପ୍ରଭୁଙ୍କର ନାଗାଭରଣ ବେଶ, ଯୋଗିରାଜ ବେଶ ଓ ହରିହର ଭେଟ ଆଦି ଦୁଲ୍ଲଭ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ପବିତ୍ର ଶିବରାତ୍ରି ଅବସରରେ ରାଜ୍ୟର ପ୍ରମୁଖ ଶିବ ପୀଠ ଢେଙ୍କାନାଳର କପିଳାଶରେ ବେଶ ଧୁମ ଧାମରେ ପାଳିତ ହୋଇଛି ଜାଗର ଯାତ୍ରା । ପ୍ରାକୃତିକ ସୌନ୍ଦଯ୍ୟ ଭରା ଏହି ପୀଠର ଅଧିଷ୍ଠାତା ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ଜାଗର ଯାତ୍ରାରେ ରାଜ୍ୟ ବ୍ୟାପି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.