ETV Bharat / state

ଢେଙ୍କାନାଳରେ ମହାସପ୍ତମୀ ପୂଜା, ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ - ଦୋଳ ମଣ୍ଡପ ସାହିରେ ମାଙ୍କୁ ଆଗମନ

ମା' ଦୁର୍ଗାଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଢେଙ୍କାନାଳ । ଆଜି ସପ୍ତମୀ ପୂଜାରେ ଦୋଳମଣ୍ଡପ ସାହିରେ ମା'ଙ୍କୁ ଆବାହନ କରାଯାଇଛି । ଅଧିକ ପଢନ୍ତୁ

ଢେଙ୍କାନାଳରେ ମହାସପ୍ତମୀ ପୂଜା, ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ

author img

By

Published : Oct 2, 2022, 10:43 PM IST

ଢେଙ୍କାନାଳ: ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । 9 ଦିନ ଧରି ନଅଟି ରୂପରେ ପୂଜା ପାଇବେ ମା' ଦୁର୍ଗା । ଏନେଇ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶକ୍ତିପୀଠ ସହ ପୂଜା ମଣ୍ଡପ । ଆଜି ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ, ପୀଠରେ ସପ୍ତମୀ ପୂଜା କରାଯାଉଛି । ମା' ଦୁର୍ଗାଙ୍କ ଆଗମନକୁ ନେଇ ଢେଙ୍କାନାଳ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ମଧ୍ୟ ରୀତି ନୀତିରେ ସହରର ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ନବରାତ୍ରୀ ପୂଜା କରାଯାଉଛି । ଆଜି ମହା ସପ୍ତମୀରେ ପୂଜା ମଣ୍ଡପ ଗୁଡିକରେ ମାଙ୍କୁ ଆବାହନ କରାଯାଇଛି । ମଣ୍ଡପ ଗୁଡିକରେ ଦେବୀ ଦୁର୍ଗାଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି ।

ଢେଙ୍କାନାଳରେ ମହାସପ୍ତମୀ ପୂଜା, ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ

ଦୋଳ ମଣ୍ଡପ ସାହିରେ ଆଜି ମା'ଙ୍କ ସପ୍ତମୀ ପୂଜା କରାଯାଇଛି, ମାଙ୍କ ପୂଜାକୁ ୧୯ ବର୍ଷ ପୂରଣ ହୋଇଥିବାବେଳେ ରୀତି ନୀତି ମୁତାବକ ପୂଜାର୍ଚ୍ଚନା କରାଯାଉଛି । ପ୍ରତେକ ଦିନ ସୂର୍ଯ୍ୟପୂଜା ଠାରୁ ସନ୍ଧ୍ୟାରେ ସ୍ୱତନ୍ତ୍ର ଆଳତୀର ନିଆରା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପୂଜା ମଣ୍ଡପ ଆକର୍ଷିତ କରୁଛି । ଆଗକୁ ଏହି ମଣ୍ଡପରେ ଅଷ୍ଟମୀ ଓ ନବମୀ ପୂଜା କରାଯିବ ।
ଏହା ମଧ୍ୟ ପଢନ୍ତୁ-ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଆଜି(ରବିବାର) ସପ୍ତମୀ ଅବସରରେ କାଞ୍ଚନ ବଜାର ପୂଜା ମଣ୍ଡପ, କୁଞ୍ଜକାନ୍ତ ସ୍ଥିତ ଚନ୍ଦ୍ରଶେଖର ପ୍ରେସ ଓ ଖମାର ସାହି ରିଜର୍ଭ ଲାଇନ ଆଦି ସ୍ଥାନ ଗୁଡିକରେ ମା'ଙ୍କୁ ଆବାହନ କରାଯାଇଛି । କୁଞ୍ଜକାନ୍ତରେ ଆଜକୁ ୨୬ବର୍ଷ ହେଲା ମାଙ୍କୁ ପୂଜା କରାଯାଉଥିବା ମଣ୍ଡପର କର୍ମର୍ତ୍ତା ପ୍ରକାଶ କରିଛନ୍ତି । ତେବେଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ ମାଙ୍କୁ ଦର୍ଶନ କରିବେ ବଞ୍ଚିତ ହେଉଥିଲେ ଭକ୍ତ । କିନ୍ତୁ ଚଳିତ ବର୍ଷ କୋଣସି କଟକଣା ନଥିବାରୁ ଦେବୀଙ୍କୁ ଦର୍ଶନ କରି ଖୁସି ଅଛନ୍ତି ଭକ୍ତ । ମହାସପ୍ତମୀରେ ପୂଜକଙ୍କ ମନ୍ତ୍ର ଧ୍ୱନିରେ ପୂଜା ମଣ୍ଡପ ପ୍ରଙ୍କପିତ ହୋଇ ଉଠିଛି ।

ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି ଯେ, ''ଦୁଇ ବର୍ଷ ପରେ ମାଙ୍କୁ ଦର୍ଶନ କରିଥିବାରୁ ବହୁତ ଖୁସି ଲାଗୁଛି, ଆସ ସହରର ବିଭିନ୍ନ ସ୍ଥାନରେ ମାଙ୍କୁ ମହା ସପ୍ତମୀରେ ଆବାହନ କରାଯାଇଛି, ବିନା କଟକଣାରେ ଆଜି ମାଙ୍କୁ ଦର୍ଶନ କରିଥିବାରୁ ମୁଁ ବହୁତ ଖୁସି ।'' ପୂଜକ ନାରାୟଣ କବି ଶତପଥୀ କହିଛନ୍ତି ଯେ, ''ଦୋଳ ମଣ୍ଡପକୁ ଆଜି ୧୯ ବର୍ଷ ପୂରଣ ହୋଇଛି, ପ୍ରତ୍ୟେକ ବର୍ଷ ମାଙ୍କୁ ଏଠାରେ ଆବାହନ କରାଯାଏ, ନବମୀପୂଜା ମଧ୍ୟ କରାଯାଏ, ଏହି ମଣ୍ଡପ ବ୍ୟତିତ ସହରର ଅନ୍ୟ ମଣ୍ଡପରେ ମଧ୍ୟ ପୂଜାର୍ଚ୍ଚନା କରାଯାଉଛି ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.