ETV Bharat / state

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ - ବଡ ଦୁର୍ଘଟଣା

ପୁଣି ପଦାରେ ପଡ଼ିଛି ରେଳ ବିଭାଗର ଖାମଖିଆଲି ମନୋଭାବ । ଭଙ୍ଗା ରେଳ ଫାଟକରେ ଗଡ଼ିଛି ଟ୍ରେନ କିନ୍ତୁ ଜାଣିନାହିଁ ବିଭାଗ । ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ । ଆଗକୁ ପଢନ୍ତୁ...

lokamanya-tilak-escape-from-accident
lokamanya-tilak-escape-from-accident
author img

By

Published : Mar 5, 2020, 12:52 PM IST

Updated : Mar 5, 2020, 1:12 PM IST

ଢେଙ୍କାନାଳ: ମୁମ୍ବାଇରୁ ଭୁବନେଶ୍ବର ଯାଇଥିବା ଲୋକମାନ୍ୟ ତିଳକ ସୁପରଫାଷ୍ଟ ଏକ୍ସପ୍ରେସ ଆଜି ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ରେଳ ଧାରଣା ଭାଙ୍ଗି ଯାଇଥିଲେ ମଧ୍ୟ ସୌଭାଗ୍ୟବଶତଃ ଧାରଣା ଅତିକ୍ରମ କରିଯାଇଥିବା ଜଣାପଡିଛି ।

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ

ମିଳିଥିବା ସୂଚନା ମୁତାବକ, ପୂର୍ବତଟ ରେଳପଥର ଢେ଼ଙ୍କାନାଳ ଠାରୁ ତାଳଚେର ଆଡକୁ ପ୍ରାୟ ୧୫କିମି ଦୂର ମହାଦିଆ ଷ୍ଟେସନ ନିକଟରେ ରେଳ ଧାରଣାର ଗୋଟିଏ ପାର୍ଶ୍ବ ସଂପୂର୍ଣ୍ଣ ଦୁଇଖଣ୍ଡ ହୋଇ ଭାଙ୍ଗିଯାଇଥିଲା । ଯାହାକୁ ଜାଣି ପାରିନଥିଲା ରେଳ ବିଭାଗ । ଏପରିକି ଆଜି ସକାଳ ୬ଟା ସମୟରେ ମୁମ୍ବାଇ ଭୁବନେଶ୍ବର ଲୋକମାନ୍ୟ ତିଳକ ସୁପରଫାଷ୍ଟ ଏକ୍ସପ୍ରେସ ଏହି ଭଙ୍ଗା ରେଳଧାରଣା ଉପରେ ଅତିକ୍ରାନ୍ତ କରିଥିବା ଦେଖିବାକୁ ମିଳିଥିଲା । ସୌଭାଗ୍ୟବଶତଃ ଏଥିପାଇଁ କୌଣସି ଅଘଟଣ ଘଟିନାହିଁ ।

ତେବେ ସ୍ଥାନୀୟ ଲୋକେ ଏହା ଦେଖି ପାଖରେ ଥିବା ରେଲଓ୍ବେ ଫାଟକ କର୍ମଚାରୀଙ୍କୁ ଜଣାଇଥିଲେ । ଏହି ସୂଚନା ପାଇବା ପରେ ରେଳ ବିଭାଗର ଚେତା ପଶିଥିଲା । ଆଉ ଯୁଦ୍ଧକାଳୀନ ଭିତିରେ ମରାମତି କାମ ଆରମ୍ଭ ହୋଇଥିଲା । ଫଳରେ ଏହି ବାଟ ଦେଇ ଯାଇଥିବା ଅନୁଗୁଳ-ପୁରୀ ଏକ୍ସପ୍ରେସ ଓ ତାଳଚେର-ପୁରୀ ଆଦି ପାସେଞ୍ଜର ଟ୍ରେନ ଆଜି ସକାଳେ ଦେଢଘଣ୍ଟା ବିଳମ୍ବରେ ଅତିକ୍ରମ କରିଥିବା ଜଣାପଡିଛି । ରେଳ ବିଭାଗର ଏପରି ଖାମଖିଆଲି ମନୋଭାବ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Mar 5, 2020, 1:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.