ETV Bharat / state

ଲାଇଭ ସୁଇସାଇଡ ଘଟଣାରେ ଗାଁରେ ପହଞ୍ଚିଲା ଯୁବକଙ୍କ ମୃତଦେହ

ଢେଙ୍କାନାଳ ତରଭା ଗ୍ରାମର କୁନାଲ ସ୍ବାଇଁ ନାମକ ଜଣେ ଯୁବକଙ୍କ ଲାଇଭ ସୁଇସାଇଡ ଘଟଣାରେ ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି । ଏନେଇ ମୃତ ଯୁବକର ବାପା ଓ ଭଉଣୀ ଅଭିଯୋଗ ଉଠାଇ ନ୍ୟାୟ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଗାଁରେ ପହଞ୍ଚିଲା ଯୁବକଙ୍କ ମୃତଦେହ
ଲାଇଭ ସୁଇସାଇଡ ଘଟଣାରେ ଗାଁରେ ପହଞ୍ଚିଲା ଯୁବକଙ୍କ ମୃତଦେହ
author img

By

Published : Jan 26, 2021, 11:29 AM IST

Updated : Jan 11, 2023, 3:35 PM IST

ଢେଙ୍କାନାଳ: ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର କୁନାଲ ସ୍ବାଇଁ ନାମକ ଜଣେ ଯୁବକ ବିଷ ପିଇ ସୁଇସାଇଡ଼ ଘଟଣାକୁ ନିଜେ ଫେସ ବୁକରେ ଲାଇଭ ପୋଷ୍ଟ କରିବା ଘଟଣା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମୃତ ଯୁବକଙ୍କ ଏହି ସୁଇସାଇଡ ଲାଇଭ ପୋଷ୍ଟ ଦେଖି ରବିବାର ରାତିରେ ତାର ସାଙ୍ଗମାନେ ତାକୁ ଗୁରୁତର ଅବସ୍ଥାରେ କଟକ ଏସସିବି ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଗତକାଲି(ସୋମବାର) ତାଙ୍କର ମୃତ୍ୟୁ ଘଟିଥିଲା ।

ଏପଟେ ତାଙ୍କ ସୁଇସାଇଡ଼ର ଲାଇଭ ଭିଡିଓ ଭାଇରଲ ହେବାରେ ଲାଗିଛି । ଯୁବକଙ୍କ ମୃତଦେହ ଗତକାଲି ସନ୍ଧ୍ୟାରେ ତାଙ୍କ ଗାଁ ତରଭାରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏପରିକି ସୁଇସାଇଡ଼ ଲାଇଭ ଭିଡ଼ିଓର ଅଡିଓ ଭଏସରୁ ଯୁବକ ଜଣଙ୍କ ତାଙ୍କ ଗ୍ରାମର କିଛି ଲୋକ ଓ ତାଙ୍କ ଭାଉଜଙ୍କୁ ଦାୟୀ କରିଛନ୍ତି ।

ମାତ୍ର ଆତ୍ମହତ୍ୟା କରିବା ପଛରେ ପ୍ରକୃତ ରହସ୍ୟ ଅସ୍ପଷ୍ଟ ରହିଛି । ମୃତ କୁନାଲ ତାଳଚେରରେ ଏକ ମାଇନ୍ସ ଠିକାଦାରଙ୍କ ପାଖରେ ଠିକା କର୍ମଚାରୀ ଭାବେ କାମ କରନ୍ତି । ଗତ ଶୁକ୍ରବାର ସେ ତାଙ୍କ ଘରକୁ ଆସିଥିଲେ । ମାତ୍ର ମୋସବାର ବାପାଙ୍କୁ ତାଙ୍କ ଭାଉଜ ଡଙ୍କିରେ ପିଟିବା ଓ ବାପ ପୁଅଙ୍କୁ ଖାଇବାକୁ ନଦେବା ଆଦି ପାରିବାରିକ କଳହ ଘଟଣାରେ ଗାଁ ଭଦ୍ରଲୋକ ସମାଧାନ ପାଇଁ ବୈଠକ ବସିଥିଲା । ହେଲେ ବୈଠକର ନିଷ୍ପତିକୁ ଏକ ପାଖିଆ ମନେ କରି କୁନାଲ ଓ ତାଙ୍କ ବାପା ହତାସ ହୋଇ ଅସହାୟ ହୋଇପଡିଥିବା ଅନୁମାନ କରାଯାଇଛି । ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ମୃତ ଯୁବକର ବାପା ଓ ଭଉଣୀ ଅଭିଯୋଗ ଉଠାଇ ନ୍ୟାୟ ଦାବି କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jan 11, 2023, 3:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.