ETV Bharat / state

କୋରୋନା କଟକଣାକୁ ଫୁ, ଖେମକା ମାଲିକ ଉପରେ ଏକ ଲକ୍ଷ ଫାଇନ - ଢେଙ୍କାନାଳ ଖେମକା ସପିଂମଲ୍

ଢେଙ୍କାନାଳ ଜିଲ୍ଲା କୁଞ୍ଚକାନ୍ତ ଖେମକା ସପିଂ ମଲ୍ ସିଲ୍ । ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଏକ ଲକ୍ଷ ଫାଇନ ଗଣିଲା ଖେମକା । ଅଧିକ ପଢନ୍ତୁ...

କୋରୋନା କଟକଣାକୁ ଫୁ, ଖେମକା ମାଲିକ ଉପରେ ଏକ ଲକ୍ଷ ଫାଇନ

author img

By

Published : May 22, 2021, 9:43 AM IST

ଢେଙ୍କାନାଳ: କୋରୋନା ଗାଇଡ଼ଲାଇନକୁ ବେଖାତିର କରି ଚାଲିଥିଲା ସପିଂମଲ । ଢେଙ୍କାନାଲ ପୌରସଂସ୍ଥା ପକ୍ଷରୁ ଚଢ଼ାଉ କରାଯାଇ ମଲ୍କୁ ସିଲ୍ କରାଯାଇଛି । ଏଥିସହ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଲ୍ ମାଲିକଙ୍କ ଠାରୁ 1 ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି ।

କୋରୋନା କଟକଣାକୁ ଫୁ, ଖେମକା ମାଲିକ ଉପରେ ଏକ ଲକ୍ଷ ଫାଇନ

କୋରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ରୋକିବା ପାଇଁ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ । ଫଳରେ ଫୁଟ୍ ପାଥ୍ ଠାରୁ ଛୋଟ ବଡ ଦୋକାନୀ ଗୁଜୁରାଣ ହରାଇ ତାଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଲାଣି । ଏପଟେ କିନ୍ତୁ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଖେମକା ଶପିଂ ମଲ ମାଲିକ ସରକାରଙ୍କ କଟକଣାକୁ ଫୁ କରିଦେଇଥିବା ଦେଖିବାକୁ ମିଳିଛି । ଏପରିକି ଲକଡାଉନ କଟକଣାକୁ ବେଖାତିର କରି ଦୋକାନ ସାମ୍ନାପଟେ ତାଲା ପକାଇ ପଛପଟେ ବ୍ୟବସାୟ ଚାଲୁଥିଲା ।

ଏନେଇ ଖବର ପାଇ ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ଖେମକା ଶପିଂ ମଲକୁ ପୌରସଂସ୍ଥା ପକ୍ଷରୁ ସିଲ କରିଦିଆଯାଇଛି । ଏଥିସହ ଏକ ଲକ୍ଷ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.