ETV Bharat / state

କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ ଏନଏଚ ଅବରୋଧ - କେନ୍ଦୁପତ୍ର ଶ୍ରମିକଙ୍କ ଆନ୍ଦୋଳନ

ଢେଙ୍କାନାଳରେ କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଛନ୍ତି । ଜିଲ୍ଲାର କୋରିଆଁ ବାଇପାସ ଛକ ଠାରେ ୫୫ନଂ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଅଧିକ ପଢନ୍ତୁ...

kendu-leaf-labour-and-employee-road-block-in-dhenkanal
କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ ଏନଏଚ ଅବରୋଧ
author img

By

Published : Mar 11, 2020, 9:08 PM IST

ଢେଙ୍କାନାଳ: କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ ଜାତୀୟ ରାଜପଥ ଅବରୋଧ । ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଯୋଗୁଁ ଢେଙ୍କାନାଳ କୋରିଆଁ ବାଇପାସ ରାସ୍ତାରେ କିଛି ସମୟ ପାଇଁ ଗାଡି ଚଳାଚଳ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ।

କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ ଏନଏଚ ଅବରୋଧ

ବୁଧବାର ଢେଙ୍କାନାଳ ଜିଲ୍ଲାର କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ କୋରିଆଁ ବାଇପାସ ଛକ ଠାରେ ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା । ଶ୍ରମିକ ସଂଘ ପକ୍ଷରୁ ଜିଏସଟି ପ୍ରତ୍ୟାହାର, ଋତୁକାଳୀନ କର୍ମଚାରୀଙ୍କ ଦରମା ବୃଦ୍ଧି ଆଦି ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲା । ପୂର୍ବରୁ ଏନେଇ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ କୌଣସି ଦାବି ପୂରଣ ନହେବାରୁ ବାଧ୍ୟହୋଇ ରାସ୍ତାରୋକ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ଶ୍ରମିକ ସଂଘ ପକ୍ଷରୁ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଏହି ଆନ୍ଦୋଳନରେ ସଂଘର ସାଧାରଣ ସଂପାଦକ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ସମେତ ଶହ ଶହ ସଂଖ୍ୟାରେ କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀମାନେ ଯୋଗଦେଇଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.