ETV Bharat / state

ରବିବାର କୋରୋନା କଟକଣାରେ ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ

ରାଜ୍ୟ ସରକାର କୋରୋନା ସଂକ୍ରମଣକୁ ରୋକିବା ପାଇଁ ଗତ ମାର୍ଚ୍ଚ ମାସଠାରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରିଥିଲେ । ତେବେ ସମୟ ସହିତ କୋରୋନା କଟକଣାକୁ କୋହଳ କରୁଛନ୍ତି ରାଜ୍ୟ ସରକାର । ଏଣୁ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସର ପାଦଦେଶରେ ଅବସ୍ଥିତ ଥିବା କପିଳାସ ପ୍ରାଣୀ ଉଦ୍ୟାନ ରବିବାର ପର୍ଯ୍ୟଟକଙ୍କ ଲାଗି ଖୋଲାଯାଇଛି । ପ୍ରଥମ ଦିନରେ କିଛି ପରିମାଣର ପର୍ଯ୍ୟଟକଙ୍କ ଆଗମନ ହୋଇଛି । ଅଧିକ ପଢନ୍ତୁ..

ରବିବାର କୋରୋନା କଟକଣାରେ ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ
ରବିବାର କୋରୋନା କଟକଣାରେ ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ
author img

By

Published : Oct 4, 2020, 7:35 PM IST

ଢେଙ୍କାନାଳ: କୋରୋନା ମହାମାରୀ ପାଇଁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସଠାରୁ ବନ୍ଦ କରିଥିଲେ । ଏଥିଲାଗି କପିଳାସର ପ୍ରାଣୀ ଉଦ୍ୟାନ ମଧ୍ୟ ଦୀର୍ଘ ସାତ ମାସ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ତେବେ ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ମହାମାରୀ କଟକଣା ସହିତ ପର୍ଯ୍ୟଟକଙ୍କ ଲାଗି କପିଳାସ ପ୍ରାଣୀ ଉଦ୍ୟାନ ଖୋଲା ଯାଇଥିବାର ସୂଚନା ମିଳିଛି ।

ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସର ପାଦଦେଶରେ ଅବସ୍ଥିତ ଥିବା ଏହି କପିଳାସ ପ୍ରାଣୀଉଦ୍ୟାନକୁ ପ୍ରଥମ ଦିନରେ କିଛି ପରିମାଣ ପର୍ଯ୍ୟଟକଙ୍କ ଆଗମନ ହୋଇଛି। କୋରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ବତନ୍ତ୍ର ଗାଇଡ଼୍ ଲାଇନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ । ପର୍ଯ୍ୟଟକଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଥଣ୍ଡା କାଶ ଜ୍ବର ଥିବା ପ୍ରର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ସହିତ ପ୍ରାଣୀଉଦ୍ୟାନ ପକ୍ଷରୁ ପର୍ଯ୍ୟଟକଙ୍କ ପ୍ରବେଶ ସମୟରେ ସାନିଟାଇଜରର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସେହିପରି ପ୍ରାଣୀଉଦ୍ୟାନ ପରିସର ମଧ୍ୟରେ ପାନ, ଗୁଟୁଖା ଖାଇ ଛେପ ପକାଇବା ଉପରେ କଟକଣା ଲଗାଯାଇଛି । ଯଦି କୌଣସି ପର୍ଯ୍ୟଟକ ଏହି ନିୟମାବଳୀକୁ ଅବମାନନା କରନ୍ତି ସେଥିପାଇଁ ଜୋରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ସମସ୍ତ ନିୟମକୁ ମାନି ପର୍ଯ୍ୟଟକମାନେ ପ୍ରାଣୀଉଦ୍ୟାନରେ ବୁଲୁଥିବାର ସୂଚନା ମିଳିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.