ETV Bharat / state

ମହିମା ଗାଦି ଭାଙ୍ଗିବା ପ୍ରତିବାଦରେ କୌପିନଧାରୀ ମହିମା ସମାଜ ପକ୍ଷରୁ ବିକ୍ଷୋଭ - ଅଲେଖ ମହିମା ଗାଦି

ଢେଙ୍କାନାଳରେ ଥିବା ଅଲେଖ ମହିମା ଗାଦିରେ ଥିବା ଶହେ ବର୍ଷର ପୁରାତନ ମନ୍ଦିର, ଧୂନି ମନ୍ଦିର ଆଦି ନଭେମ୍ବର ୨୨ ତାରିଖରେ ଭଙ୍ଗାଯାଇଥିଲା । ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲା କୌପିନଧାରୀ ମହିମା ସମାଜ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଅଧିକ ପଢ଼ନ୍ତୁ

ମହିମା ଗାଦି ଭାଙ୍ଗିବା ପ୍ରତିବାଦରେ କୌପିନଧାରୀ ମହିମା ସମାଜ ପକ୍ଷରୁ ବିକ୍ଷୋଭ

author img

By

Published : Dec 13, 2022, 7:13 PM IST

ମହିମା ଗାଦି ଭାଙ୍ଗିବା ପ୍ରତିବାଦରେ କୌପିନଧାରୀ ମହିମା ସମାଜ ପକ୍ଷରୁ ବିକ୍ଷୋଭ

ଖୋର୍ଦ୍ଧା : ଢେଙ୍କାନାଳରେ ଥିବା ଅଲେଖ ମହିମା ଗାଦିରେ ଥିବା ଶହେ ବର୍ଷର ପୁରାତନ ମନ୍ଦିର, ଧୂନି ମନ୍ଦିର ଆଦି ନଭେମ୍ବର ୨୨ ତାରିଖରେ ଭଙ୍ଗାଯାଇଥିଲା । ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲା କୌପିନଧାରୀ ମହିମା ସମାଜ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଜି ମହିମା ଧର୍ମର କୌପିନଧାରୀ ସମାଜର ଶତାଧିକ ସାଧୁ ଓ ଭକ୍ତ ହାତରେ ବ୍ୟାନର, ପ୍ଲାକାର୍ଡ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ସାଧୁସନ୍ଥମାନଙ୍କ ଏଭଳି ପ୍ରତିବାଦ ରାଲି ଦେଖିବାକୁ ମିଳିଛି । ସରକାର ଶହେ ବର୍ଷର ପୁରାତନ ଗାଦି ଓ ଧୂନି ମନ୍ଦିର ଯେଭଳି ଭାଙ୍ଗିଲେ ତାହା ଓଡ଼ିଶାର ସାଧୁସନ୍ୟାସୀ ଓ ଭକ୍ତମାନଙ୍କୁ କଷ୍ଟ ଦେଇଛି ।

ଏହାମଧ୍ୟ ପଢ଼ନ୍ତୁ.ମହିମା ଉପାସନା ପୀଠ ଭଙ୍ଗାଯିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ମହିମା ଗାଦିର ସମସ୍ତ ସମ୍ପତ୍ତି ଉଭୟ କୌପିନଧାରୀ ଓ ବକ୍କଳଧାରୀଙ୍କ ନାମରେ ପଞ୍ଜୀକୃତ ହୋଇଛି । ଏହାସତ୍ୱେ ଚଞ୍ଚକତା କରି କୌପିନଧାରୀଙ୍କ ସମ୍ପତ୍ତି ଓ ଅଧିକାରକୁ ଛଡ଼ାଇ ନିଆଯାଇଛି । ସିଦ୍ଧ ବଡ଼କୃପାସିନ୍ଧୁ ବାବାଙ୍କ ଦ୍ୱାରା ସ୍ଥାପିତ ଶତାଧିକ ବର୍ଷର ପୁରାତନ ବତୀ, ଧୁନୀ ଓ ଭେକ ମନ୍ଦିରକୁ ଭଙ୍ଗାଯାଇଛି । ସେଗୁଡ଼ିକ ପୁନର୍ବାର ସେହି ସ୍ଥାନରେ ନିର୍ମାଣ କରାଯାଉ । ମହିମାଗାଦୀର ସମସ୍ତ ନିର୍ମାଣ ଓ ଉନ୍ନୟନ ଉଭୟ ସମାଜର ସହମତିରେ କରାଯାଉ । ଏଭଳି ଏକ ୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏହି ପୀଠ ସହିତ ଦେଶର ହଜାର ହଜାର ସାଧୁ-ଭକ୍ତଙ୍କ ଆଧ୍ୟାତ୍ମିକ ଓ ଭାବଗତ ସମ୍ପର୍କ ଥିଲା ।

ଏହି ନିର୍ମାଣ ନେଇ ଆମ କୌପିନଧାରୀ ମହିମା ସମାଜ ସହିତ ଯୋରନ୍ଦାରେ ଥିବା ବକ୍କଳଧାରୀ ସମାଜ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ରହି ଆସିଛି । ତେଣୁ ଦୁଇ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ବିଷୟ ନେଇ ଅନେକ ଗୁଡାଏ ମାମଲା କୋର୍ଟରେ ବିଚାରଧୀନ ରହିଛି । ଏ ସମ୍ପର୍କରେ ଖୋଦ ସ୍ଥାନୀୟ ପ୍ରଶାସନ ଅବଗତ ଅଛି । ଏସବୁ ସତ୍ତ୍ଵେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ କୋର୍ଟ ଆଦେଶକୁ ଅବମାନନା କରିଛନ୍ତି । ତରବରିଆ ଓ ବେପରୁଆ ଭାବେ ମନ୍ଦିର ଓ ଉପାସନା ପୀଠକୁ ଭାଙ୍ଗିଦେଇଛି ପ୍ରଶାସନ । ଏନେଇ ସନ୍ଥମାନେ ଅଭିଯୋଗ କରିଛନ୍ତି ।ପ୍ରଶାସନର ଏଭଳି ବେଆଇନ, ଅମାନବୀୟ ଓ ଏକପାଖିଆ ଆଚରଣ ମହିମା ଧର୍ମାବଲମ୍ବୀଙ୍କୁ ଗଭୀର ଆଘାତ ଦେଇଛି । ଜିଲ୍ଲା ପ୍ରଶାସନ ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରିଛି । ଏଥିସହ ଉଚ୍ଛେଦ ସ୍ଥାନକୁ ସର୍ବସାଧାରଣ ପ୍ରବେଶ ନିଷେଧ କରିଛି ପୋଲିସ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.