ETV Bharat / state

ଧାନକିଣାରେ ଅନିୟମିତତା, ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଧାରଣା - dhenkanal paddy collection issue

ଧାନକିଣାରେ ଅନିୟମିତତାକୁ ନେଇ ଢେଙ୍କାନାଳ ଜିଲ୍ଲା ବିଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ସାମ୍ନାକୁ ଆସିଥିବା ଦେଖାଦେଇଛି । ଅଧିକ ପଢନ୍ତୁ...

ଧାନକିଣାରେ ଅନିୟମିତତା ,ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଧାରଣା

author img

By

Published : Mar 4, 2021, 5:44 PM IST

ଢେଙ୍କାନାଳ: ଧାନକିଣାରେ ଅନିୟମିତତାକୁ ନେଇ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ସାମ୍ନାକୁ ଆସିଥିବା ଦେଖାଦେଇଛି । କଙ୍କଡାହାଡ ବ୍ଲକରେ ସମବାୟ ସମିତି କାର୍ଯ୍ୟାଳୟକୁ ଚାଷୀମାନେ ଘେରିଥିବା ଦେଖିବାକୁ ମିଳିଛି । ଚାଷୀଙ୍କ ସହ କଙ୍କଡାହାଡ ମଣ୍ଡଳ ବିଜେପି ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଧାନକିଣାରେ ଅନିୟମିତତା ,ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଧାରଣା

ସୂଚନା ଅନୁସାରେ କଙ୍କଡାହାଡ଼ ସମବାୟ ସମିତିରେ ଚଳିତ ବର୍ଷ ସମୁଦାୟ ୧୩୮୨ ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଥିଲେ । ସେହିପରି ୬୭ ହଜାର କ୍ବିଣ୍ଟାଲ ଧାନ କିଣା ଯିବାକୁ ମଧ୍ୟ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ମଣ୍ଡି ସରିବାକୁ ବସିଲାଣି ଆଜି ପର୍ଯ୍ୟନ୍ତ ମାତ୍ର ୩୪ ହଜାର କ୍ବିଣ୍ଟାଲ ଧାନ କିଣାଯାଇଛି । ଯାହାଫଳରେ ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ଧାନ ପଡିରହିଛି । ଚାଷୀଙ୍କର ଏହି ଆନ୍ଦୋଳନକୁ ସମର୍ଥନ ଦେଇଛି ବିଜେପି । ବିଜେପି ନେତା ବିଭୁତି ପ୍ରଧାନ ଓ ବରିଷ୍ଠ ବିଜେପି ନେତା ରଦ୍ରନାରାୟଣ ପାଣି ଚାଷୀଙ୍କ ଏହି ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ କମାକ୍ଷାନଗର ଯୋଗାଣ ଅଧିକାରୀ ପହଞ୍ଚି ଆଗାମୀ 2 ଦିନ ମଧ୍ୟରେ ୧୮୦୦ କ୍ବିଣ୍ଟାଲ ଧାନ ଚାଷୀ ମାନଙ୍କ ଠାରୁ ନିଆଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣାରୁ ହଟିଛନ୍ତି ଚାଷୀ ।

ଜିଲ୍ଲାରେ କେବଳ ଗୋଟିଏ ସ୍ଥାନରେ ନୁହେଁ ଏକାଧିକ ସ୍ଥାନରେ ଏହି ମଣ୍ଡି ସମସ୍ୟା ଦେଖାଦେଇଥିବା ଜଣାପଡିଛି । ସେହିପରି ଆଜି ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ,ଦଶମାଣ ପାଟଣା ଓ ଖଣ୍ଡବନ୍ଧ ପଞ୍ଚାୟତର ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ପିଙ୍ଗୁଆ ସମବାୟ ସମିତିର ଅଧାରୁ ଊର୍ଦ୍ଧ୍ବ ଚାଷୀ ଧାନ ଦେବାରୁ ବଞ୍ଚିତ ହୋଇଥିବାବେଳେ ଧାନ ଧରି ମଣ୍ଡିରେ ଅପେକ୍ଷା କରିଛନ୍ତି । ମାତ୍ର ଗତ ମାସ ୧୪ ତାରିଖରୁ ଆଉ ମଣ୍ଡି କରୁନଥିବାରୁ ଏପରି ଉତ୍ତେଜନା ଦେଖାଦେଇଛି । ମଣ୍ଡି ସମ୍ପାଦକ, ଯୋଗାଣ ଅଧିକାରୀ ଓ ମିଲରଙ୍କ ଅସାଧୁ ମେଣ୍ଟ ଯୋଗୁଁ ଦଲାଲଙ୍କ ମାଧ୍ୟମରେ ଧାନ କିଣି ଥିବାରୁ ପ୍ରକୃତ ଚାଷୀ ଧାନ ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଉଠାଇଛନ୍ତି ଚାଷୀ । ମାତ୍ର ଜିଲ୍ଲାରେ ପ୍ରାୟତଃ ଧାନ କିଣା ସାରିଯାଇଛି ଓ ଆଉ କିଛି ମାତ୍ରାରେ ରହିଥିବା ପାଲଟା ସଫେଇ ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.