ETV Bharat / state

କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀ ଛୁଆର ମୃତ୍ୟୁ - ଢେଙ୍କାନାଳରେ ହାତୀ ମୃତ୍ୟୁ

ଢେଙ୍କାନାଳ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ । ଅଧିକ ପଢନ୍ତୁ

injured baby elephant died
injured baby elephant died
author img

By

Published : Jun 27, 2023, 12:11 PM IST

injured baby elephant died

ଢେଙ୍କାନାଳ: ପୁଣି ରାଜ୍ୟରେ ହାତୀ ମୃତ୍ୟୁ । ଢେଙ୍କାନାଳ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଛି । ମୃତ ହାତୀ ଛୁଆଟି ଏକ ମାଈ ହାତୀ ବୋଲି ଜଣାପଡିଛି । ତା'ର ଆନୁମାନିକ ବୟସ ଦେଢ଼ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । କପିଳାସ ବନାଞ୍ଚଳରୁ ଅସୁସ୍ଥ ଅବସ୍ଥାରେ ଠାବ ହୋଇଥିଲା ହାତୀ ଛୁଆଟି ।

ସୂଚନା ମୁତାବକ, ଏହି ହାତୀ ଛୁଆ ସଂରକ୍ଷିତ ଜଙ୍ଗଲରେ ଗତ ଦୁଇ ଦିନ ହେଲା ଅସୁସ୍ଥ ଅବସ୍ଥାରେ ବୁଲୁଥିଲା । ଖବର ପାଇ ଗତ ୧୭ ତାରିଖରେ ବନ ବିଭାଗ ସାତକୋଶିଆରୁ ସ୍ୱତନ୍ତ୍ର ଟ୍ରଙ୍କୁଲାଇଜ ଟିମ ଡକାଇଥିଲେ । ପୋଲିସ ବାଟାଲିୟନ ନିକଟରୁ ଏହି ହାତୀ ଛୁଆକୁ ଟ୍ରାଙ୍କୁଲାଇଜ କରାଯାଇ ପରେ ଉଦ୍ଧାର କରି ସ୍ୱତନ୍ତ୍ର ଗାଡି ଯୋଗେ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଓୟୁଏଟି ସ୍ବତନ୍ତ୍ର ଡାକ୍ତରଙ୍କ ଦ୍ଵାରା ତା'ର ଚିକିତ୍ସା କରାଯାଉଥିଲା ।

ତେବେ ହାତୀ ଛୁଆର ପାଟିରେ ଗଭୀର କ୍ଷତ ହୋଇଥିବା ଯୋଗୁଁ ସଂକ୍ରମଣ ଜନିତ ଅସୁସ୍ଥ ଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ମାତ୍ର ଚିକିତ୍ସା ସତ୍ତ୍ୱେ ତାର ମୃତ୍ୟୁ ଘଟିଛି । ପରେ ହାତୀର ମୃତଦେହ ବ୍ୟବଚ୍ଛେଦ କରିବା ସହ ସଂକ୍ରମଣର କାରଣ ଜାଣିବା ପାଇଁ ଫରେନ୍ସିକ ପରୀକ୍ଷାଗାରକୁ ପଠାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଅସୁସ୍ଥ ହାତୀ ଛୁଆ ଉଦ୍ଧାର, ଟ୍ରାଙ୍କୁଲାଇଜ କରି ନିଆଗଲା କପିଳାସ ରେସକ୍ୟୁ ସେଣ୍ଟର

ପ୍ରକାଶ ଥାଉକି, ଗତ ୨୩ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ଘଟିଥିଲା । ମହାଲୁଣ୍ଡା ଗ୍ରାମ ପଞ୍ଚାୟତର ମାଗୁବେରୁଣୀ ଗ୍ରାମର ସାହେବ ରାଉତ ଭୋର ସମୟରେ ତାଙ୍କ ଘର ପଛକୁ ନିତ୍ୟକର୍ମ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥଲା । ଖବର ପାଇ ହିନ୍ଦୋଳ କର୍ମଚାରୀମାନେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଜିଲ୍ଲାରେ ହାତୀ ମଣିଷର ଲଢେଇ ଦିନକୁ ଦିନ ବଢିବାରେ ଲାଗିଛି । କେବେ ହାତୀର ମୃତ୍ୟୁ ହେଉଛି ତ କେତେବେଳେ ମଣିଷ ବଳି ପଡୁଛି l ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲାରେ ଯେମିତି ନିତିଦିନିଆ ଘଟଣା ପାଲଟି ଯାଇଛି l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.