ETV Bharat / state

ଢେଙ୍କାନାଳର ବେଆଇନ ଶ୍ରୀକୃଷ୍ଣ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ ସିଲ୍‌

author img

By

Published : Nov 21, 2020, 9:47 PM IST

ଶନିବାର ଜିଲ୍ଲା ପ୍ରଶାସନ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ବିଭିନ୍ନ ଅଲଟ୍ରାସାଉଣ୍ଟ ଉପରେ ଚଢାଉ କରିଛି । ଏହି ଚଢାଉ ସମୟରେ ଜିଲ୍ଲାର ଏକ ସେଣ୍ଟରକୁ ସିଲ କରାଯାଇଛି । ଅଧିକ ପଢନ୍ତୁ...

Illegal Shrikrushna ultrasound clinic sealed in Dhenkanal
ଢେଙ୍କାନାଳର ବେଆଇନ ଶ୍ରୀକୃଷ୍ଣ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ ସିଲ୍‌

ଢେଙ୍କାନାଳ: ବେଆଇନ ଗର୍ଭପାତ ତଥା ଲିଙ୍ଗ ନିରୂପଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ଅଲଟ୍ରାସାଉଣ୍ଡ କ୍ଲିନିକ ଉପରେ ଚଢାଇ କରାଯାଇ ଶ୍ରୀକୃଷ୍ଣ ଅଲଟ୍ରାସାଉଣ୍ଡ କ୍ଲିନିକକୁ ସିଲ କରାଯାଇଛି ।

ସ୍ବାସ୍ଥ୍ୟବିଭାଗ ବେଆଇନ ଭାବେ ପରିଚାଳିତ ହେଉଥିବା ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍‌କୁ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଢେଙ୍କାନାଳ ସହରରେ ଥିବା ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ ଉପରେ ଚଢ଼ାଉ କରିଥିଲେ । ଏହି ଯାଞ୍ଚବେଳେ ସହରର ଜୟଗୋପାଳ ସାହିସ୍ଥିତ ଶ୍ରୀକୃଷ୍ଣ ଅଲ୍ଟ୍ରାସାଉଣ୍ଡ ନାମକ ଏକ ଅଲଟ୍ରାସାଉଣ୍ଡ ସେଣ୍ଟରରେ ଚଢାଉ କରିଥିଲା ।

ତେବେ ଏହି ସେଣ୍ଟରରେ ବ୍ୟାପକ ଅନିୟମିତତା ରହିଥିବା ଦେଖିବାକୁ ମିଳିଥିଲା । ଫଳରେ ଏହି ଅଲଟ୍ରାସାଉଣ୍ଡ ସେଣ୍ଟରକୁ ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଥିବା ସୂଚନା ମିଳିଛି । ଏହି ଚଢାଉ ସମୟରେ ଡେପୁଟି କଲେକ୍ଟରଙ୍କ ସମେତ ମାଜିଷ୍ଟ୍ରେଟ ସୌଦାମିନୀ ସାହୁଙ୍କ ଉପସ୍ଥିତିରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡା.ଜ୍ୟୋତିଷ ମହାପାତ୍ରଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.