ETV Bharat / state

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ବାମୀ

author img

By

Published : Feb 9, 2021, 7:58 AM IST

ଢେଙ୍କାନାଳ କଙ୍କଡାହାଡରେ ସ୍ତ୍ରୀକୁ ଜିଅନ୍ତା ଜାଳି ସ୍ବାମୀ ଗିରଫ । ଚରିତ୍ରକୁ ସନ୍ଦେହ କରି ମାରିଥିବା ସୂଚନା । ଅଧିକ ପଢନ୍ତୁ...

ସ୍ବାମୀ
ସ୍ବାମୀ

ଢେଙ୍କାନାଳ: କଙ୍କଡାହାଡ ଥାନା ଚୂନରଗଡି ଗ୍ରାମରେ ଜଣେ ମହିଳା ଜୀବନ୍ତ ଦଗ୍ଧ ଘଟଣାରୁ ପରଦା ହଟାଇଛି ପୋଲିସ । ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ ନିଜ ସ୍ବାମୀ ଜିଅନ୍ତା ଜାଳିଥିବା ପୋଲିସ ସୂଚନା ଦେଇଛି । ସ୍ବାମୀ ଏକଥା ସ୍ବୀକାର କରିବା ପରେ ତାକୁ ଗିରଫ କରାଯାଇଛି ।

ସ୍ବାମୀ

ଘଟଣା ଅନୁଯାୟୀ, ଗତ 4 ତାରିଖ ରାତିରେ ଚୂନରଗଡି ଗାଁର ରିଙ୍କି ମହାକୁଡଙ୍କ ଦେହରେ ନିଆଁ ଲାଗିଥିଲା । ଏଥିରେ ସେ ଜୀବନ୍ତ ଦଗ୍ଧ ହୋଇଥିଲେ । ତେବେ ଏନେଇ ମୃତ ମହିଳାଙ୍କ ଭାଇ ହତ୍ୟା ଅଭିଯୋଗ ଆଣିଥିଲେ । ପରେ ଘଟଣାର ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିବା ସହ ସ୍ବାମୀ ନବକିଶୋରକୁ ଅଟକ ରଖିଥିଲା ପୋଲିସ ।

ପୋଲିସ ମୃତକଙ୍କ ସ୍ବାମୀକୁ ଅଟକ ରଖି ଅଧିକ ପଚରାଉଚରା କରୁଥିବାବେଳେ ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଥିବା ମାନିନେଇଛି । ପରେ ପୋଲିସ ଡେମୋ ଦେଖିବା ସହ ଅଭିଯୁକ୍ତ ସ୍ବାମୀକୁ କୋର୍ଟଚାଲାଣ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.