ଢେଙ୍କାନାଳ: ପୋଖରୀରେ ଭାସୁଛି ମଣିଷ କଙ୍କାଳ (Human Skeleton Recovered) । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବୋରାପଦା ଗ୍ରାମର ଏକ ପୋଖରୀରୁ ମଣିଷ କଙ୍କାଳ ଠାବ ହୋଇଛି । ଯାହାକୁ ନେଇ ଢେଙ୍କାନାଳ ସହର ତଳି ବୋରପଦା ଗ୍ରାମରେ ଚହଳ ପଡିଯାଇଛି । ତେବେ ବୋରାପଦା ଗ୍ରାମ ନିକଟସ୍ଥ ରାଜା ପ୍ରାସାଦ ପାଖରେ ଥିବା ପୋଖରୀରୁ ଏହି କଙ୍କାଳ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।
ପରେ ସୂଚନା ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି କଙ୍କାଳକୁ ଉଦ୍ଧାର କରିଛି । ଏହାସହ ଫରେନସିକ ଟିମ ଯାଇ ତଦନ୍ତ ଆରମ୍ଭ କରିଛି । ତେବେ ଏହି କଙ୍କାଳ କାହାର ? କେମିତି ଏହି ପୋଖରୀକୁ ଆସିଲା ? ତାକୁ ନେଇ ଅନେକ କଳ୍ପନା ଜଳ୍ପନା କରୁଛନ୍ତି ସ୍ଥାନୀୟ ଲୋକେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ