ETV Bharat / state

ଜମୁଛି ଢେଙ୍କାନାଳ ଲକ୍ଷ୍ମୀପୂଜା, ପଲ୍ଲିଶ୍ରୀ ମେଳାରେ ଜମୁଛି ଲୋକଙ୍କ ଭିଡ

author img

By

Published : Oct 18, 2022, 8:19 PM IST

ଢେଙ୍କାନାଳରେ ଲକ୍ଷ୍ମୀପୂଜା ଅବସରରେ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳା ଦର୍ଶକଙ୍କୁ ସ୍ୱତନ୍ତ୍ର ଭାବେ ଆକୃଷ୍ଟ କରୁଛି । ଫଳରେ ଭଲ ଦୁଇ ପାଇସା ରୋଜଗାର କରିପାରୁଛନ୍ତି ବ୍ୟବସାୟୀ । ଅଧିକ ପଢନ୍ତୁ

ପଲ୍ଲିଶ୍ରୀ ମେଳାରେ ଜମୁଛି ଲୋକଙ୍କ ଭିଡ
ପଲ୍ଲିଶ୍ରୀ ମେଳାରେ ଜମୁଛି ଲୋକଙ୍କ ଭିଡ

ଢେଙ୍କାନାଳ: ଜିଲ୍ଲାରେ ଜମୁଛି ଗଜଲକ୍ଷ୍ମୀ ପୂଜା । ଚଳିତ ମାସ ୯ ତାରିଖ ରବିବାର ଠାରୁ ଲକ୍ଷ୍ମୀପୂଜା ଆରମ୍ଭ ହୋଇଯାଇଥିବା ବେଳେ ସହରର ପ୍ରତିଟି ପୂଜା ମଣ୍ଡପରେ ପୂଜାର୍ଚ୍ଚନା ଜାରି ରହିଛି । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ମା ଲକ୍ଷ୍ମୀଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପୂଜା ଦେଖିବାକୁ ଶହଶହ ଭକ୍ତଙ୍କ ସମାଗମ ହେଉଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଜମୁଛି ଢେଙ୍କାନାଳ ଲକ୍ଷ୍ମୀପୂଜା, ପଲ୍ଲିଶ୍ରୀ ମେଳାରେ ଜମୁଛି ଲୋକଙ୍କ ଭିଡ

ତେବେ ଲକ୍ଷ୍ମୀ ପୂଜା ସମୟରେ ସହରର ବିଭିନ୍ନ ଦୋକାନ, ଦୋଳି ଓ ଖାଦ୍ୟ ଷ୍ଟଲ ଗୁଡିକରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଆକର୍ଷଣ ସାଜିଛି ପଲ୍ଲିଶ୍ରୀ ମେଳା । ବିଗତ ଦୁଇବର୍ଷର କୋଭିଡ କଟକଣା ଆଉ ଚଳିତ ବର୍ଷ ଅନୁକୂଳ ପାଗ ପୂଜା ବଜାରକୁ ବେଶ ସରଗରମ କରିଛି । ପୂଜା ଅବସରରେ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳା ଦର୍ଶକଙ୍କୁ ସ୍ୱତନ୍ତ୍ର ଭାବେ ଆକୃଷ୍ଟ କରୁଛି । ଫଳରେ ଭଲ ଦୁଇ ପାଇସା ରୋଜଗାର କରିପାରୁଛନ୍ତି ବ୍ୟବସାୟୀ ।

ସ୍ଥାନୀୟ ମହିଷାପାଟ ପଡ଼ିଆରେ ପଲ୍ଲିଶ୍ରୀ ମେଳା ଗତ ୧୦ତାରିଖରୁ ଆରମ୍ଭ ହୋଇ ୭ଦିନରେ ପହଞ୍ଚିଛି । ମେଳାରେ ୨ଶହଟି ଷ୍ଟଲରେ ରାଜ୍ୟର ସମସ୍ତ ୩୦ଜିଲ୍ଲା ସମେତ ୯ଟି ରାଜ୍ୟର କଳାକୃତ୍ତି, ହସ୍ତଶିଳ୍ପ ଓ ବିଭିନ୍ନ କାରୁକାର୍ଯ୍ୟ, ବସ୍ତ୍ର ଆଦି ସାମଗ୍ରୀର ପସରା ମେଲାଇଛନ୍ତି ବ୍ୟବସାୟୀ । ଏହା ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରର ୬୫୮ଟି ମହିଳା ଏସଏଚଜି ମାନଙ୍କ ହାତ ତିଆରି ବିଭିନ୍ନ ଘରୋଇ ସାମଗ୍ରୀ ସ୍ଥାନ ପାଇଛି । ଏସବୁ ମଧ୍ୟରେ ରାଜସ୍ଥାନ ଫୁଡ଼ ବଜାର, ଉତ୍ତର ପ୍ରଦେଶ ଶାହାରାମପୁରର କାଠ କାରୁକାର୍ଯ୍ୟ ଓ ମୋରୀଦାବାଦର କାଂସ୍ୟ ସାମଗ୍ରୀ ମେଳାରେ ବେଶ ଚାହିଦା ରହିଛି ।

ସେପଟେ ଢେଙ୍କାନାଳ ସଦେଇ ବେରଣୀର ଡୋକ୍ରା ସାମଗ୍ରୀ ସାଙ୍ଗକୁ ମହିଳା ଗୃପ ମାନଙ୍କର ପ୍ରସ୍ତୁତ ଧୂପକାଠି, ହଳଦୀ, ବଡ଼ି ପାଂପଡ଼ ଆଦି ଦେଖାଣାହାରୀଙ୍କ ପାଇଁ କିଣାକିଣିର ସୁଯୋଗ ସୃଷ୍ଟି କରୁଛି । ଏସବୁ ମଧ୍ୟରେ ପଲ୍ଲିଶ୍ରୀ ମେଳାରେ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଲୋକକଳା ଉତ୍ସବରେ ବିଭିନ୍ନ କଳାକାର ମାନଙ୍କ ଦ୍ବାରା କଳା ପ୍ରଦର୍ଶନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-Cyclone threat: ଅପରାହ୍ନ 4ଟାରେ ଜରୁରୀକାଳିନ ବୈଠକ ଡାକିଲେ ସରକାର

ଐତିହାସିକ ଗଜଲଷ୍ମୀ ପୂଜାରେ ଢେଙ୍କାନାଳ ସହରକୁ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଜାକଜକମରେ ପୂଜା ଆରମ୍ଭ ହୋଇଥିବାବେଳେ ଅଧିକ ସଂଖ୍ୟାକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଆଶା କରାଯାଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.