ଢେଙ୍କାନାଳ: ଭାରତ ସମେତ ସାରା ରାଜ୍ୟ ହୋଇଛି ଲକଡାଉନ। ବୁଧବାର ଢେଙ୍କାନାଳ ଜିଲ୍ଲାରେ ଲକ ଡାଉନର ଦ୍ବିତୀୟ ଦିନ। ଜିଲ୍ଲାର ପ୍ରଥମ ଦିନରେ ଜନସାଧାରରଣ ସେତେଟା ସଚେତନ ହୋଇ ନଥିଲେ ମଧ୍ୟ ଦିତୀୟ ଦିନରେ ପୋଲିସର କଠୋର ଆଭିମୁଖ୍ୟର ପ୍ରଭାବ ଦେଖିବାକୁ ମିଳିଛି।
ଢେଙ୍କାନାଳ ସହର ସ୍ଥିତ ରଥଗଡା ପରିବା ମାର୍କେଟର ସ୍ଥିତି ପରଖିବାକୁ ପହଞ୍ଚିଥିଲେ ଆମ ଇଟିଭି ଭାରତ ପ୍ରତିନିଧି । ପ୍ରତିଦିନ ଏହି ଦୈନିକ ମାର୍କେଟରେ ଜନଗହଳି ଲାଗି ରହିଥିବା ବଜାର ଜନଶୂନ୍ୟ ଖାଁ ଖାଁ ହୋଇଯାଇଛି ।
ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଭାବେ ଚେକିଂ କରାଯାଉଛି। ନିୟମ ଉଲଂଘନକାରୀଙ୍କ ବିରୋଧରେ ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ। ଢେଙ୍କାନାଳ ଟାଉନ ଥାନାରେ ଲକଡାଉନ ଖିଲାଫକାରୀଙ୍କ ବିରୋଧରେ ୪ଟି ମାମଲା ରୁଜୁ କରାଯାଇ ୫ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ