ଢେଙ୍କାନାଳ: ଶୁକ୍ରବାର ମଧ୍ୟରାତ୍ରିରୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏହି ବର୍ଷା କାରଣରୁ ଭୁବନ ବ୍ଲକ ଅନ୍ତର୍ଗତ ଅନନ୍ତପୁର ମହୁଲପାଳକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ପୋଲଟି ସମ୍ପୂର୍ଣ୍ଣ ଭାସିଯାଇଛି । ନୂଆନୀଳକଣ୍ଠପୁର ଗ୍ରାମ ନିକଟରେ ଏହି ପୋଲ ନିର୍ମାଣ କରାଯାଇଥିଲା ।
ତେବେ ପୋଲ ଭାସିଯିବା ଫଳରେ ଅନନ୍ତପୁରରୁ ମହୁଲପାଳକୁ ଯାତାୟତ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି। ପ୍ରାୟେ ବର୍ଷେ ହେବ ନିର୍ମାଣ କରାଯାଇଥିଲା । ସେପଟେ ଜାତୀୟ ରାଜପଥ 53 ଡମଶାଳ ନାଳ ଉପରେ ମଧ୍ୟ 3 ଫୁଟର ବର୍ଷା ପାଣି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷାରେ ଭୁବନ ଅଞ୍ଚଳର ମଣିପୁର, ଭୂଷଳ ଓ ବଡ କାଠିଆ ଅଦି ଗ୍ରାମରେ ବହୁ ଘର କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ