ETV Bharat / state

ଆଧାରକାର୍ଡ ନଥିବାରୁ ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ପ୍ରତିମା - ଦିବ୍ୟାଙ୍ଗ ହିତାଧିକାରୀଣୀ

ଆଧାରକାର୍ଡ ନଥିବାରୁ ଆବାସ ଯୋଜନାରୁ ବାଦ ପଡିଲେ ଦିବ୍ୟାଙ୍ଗ ହିତାଧିକାରୀଣୀ । ଏଥି ସହିତ ଏବେ ରାସନ ସାମଗ୍ରୀରୁ ମଧ୍ୟ ବାଦ ପଡିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

ଆଧାରକାର୍ଡ ନଥିବାରୁ ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ହିତାଧିକାରୀଣୀ

author img

By

Published : Jul 22, 2021, 2:06 PM IST

Updated : Jul 22, 2021, 4:36 PM IST

ଢେଙ୍କାନାଳ: ଆଧାରକାର୍ଡ ନଥିବାରୁ ଆବାସ ଯୋଜନାରୁ ବାଦ ପଡିଲେ ଦିବ୍ୟାଙ୍ଗ ହିତାଧିକାରିଣୀ । ଏଥି ସହିତ ଏବେ ରାସନ ସାମଗ୍ରୀରୁ ମଧ୍ୟ ବାଦ ପଡିବାକୁ ଯାଉଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୧୩ରେ ରହୁଛନ୍ତି ପ୍ରତିମା ପୋଥାଳ । ବୟସ ୪୦ ବର୍ଷ । ପ୍ରତିମାଙ୍କର ଆଖି ଓ ଟିପର ନମୁନା ଠିକ ନଥିବାରୁ ତାଙ୍କର ଆଧାରକାର୍ଡ ହୋଇପାରୁନାହିଁ । ତେଣୁ ସେ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଗୁହାରୀ କରିବା ପରେ ତାଙ୍କୁ ମାସିକ ୫ କିଲୋ ଚାଉଳ ମିଳୁଥିଲା । ଚଳିତ ମାସରେ ମଧ୍ୟ ପ୍ରତିମା ଚାଉଳ ନେଇଛନ୍ତି । ହେଲେ ଟିପ ଓ ଆଖିର ନମୁନା କମ୍ପ୍ୟୁଟରରେ ନମିଳିବାରୁ ଯୋଗାଣ ବିଭାଗ ତାଙ୍କଠାରୁ ଛଅ ମାସର ଚାଉଳ ଫେରାଇ ନେବାକୁ ଧମକ ଦେଇଛନ୍ତି ।

ଆଧାରକାର୍ଡ ନଥିବାରୁ ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ପ୍ରତିମା

ଦିବ୍ୟାଙ୍ଗ ପ୍ରତିମା ୧୦୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିବା ବେଳେ ଅଦ୍ୟାବଧି ତାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିପାରିନାହିଁ । ପ୍ରତିମା ବାରମ୍ବାର ଆଧାରକାର୍ଡ ନିମନ୍ତେ ଆବେଦନ କରିଥିଲେ ହେଁ ଆଖି ଓ ଟିପ କମ୍ପ୍ୟୁଟର ନେଉନଥିବାରୁ ସେ ଆଧାରକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ତାଙ୍କୁ ରାସନ ଓ ଆବାସ ଯୋଜନାରେ ସାମିଲ କରିବାକୁ ନିବେଦନ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର ଇଟିଭି ଭାରତ

Last Updated : Jul 22, 2021, 4:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.