ETV Bharat / state

ରୋଷେଇ ବେଳେ ପିନ୍ଧା ଡ୍ରେସରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ଯୁବତୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଅଘଟଣ । ରୋଷେଇ କରିବା ସମୟରେ ଡ୍ରେସରେ ନିଆଁ ଲାଗି ଯିବାରୁ ଜଳିଗଲେ ଯୁବତୀ । ପଡ଼ୋଶୀ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢ଼ନ୍ତୁ

ରୋଷେଇ କରିବା ବେଳେ ଡ୍ରେସରେ ଲାଗିଗଲା ନିଆଁ, ଜୀଅନ୍ତା ଜଳିଗଲେ ଯୁବତୀ

author img

By

Published : Jun 11, 2022, 10:20 AM IST

ଢେଙ୍କାନାଳ: ଜୀଅନ୍ତା ଜଳିଗଲେ ଯୁବତୀ । ରୋଷେଇ କରିବା ବେଳେ ଡ୍ରେସରେ ଲାଗିଗଲା ନିଆଁ । ଆଉ ଏହି ନିଆଁରେ ପୋଡିହୋଇ ଯୁବତୀ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏପରି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ ଗ୍ରାମରେ ।

ସୂଚନା ମୁତାବକ ସେହି ଗ୍ରାମର ଜଗବନ୍ଧୁ ମାହାନ୍ତଙ୍କ ଝିଅ ଲିପ୍ତିରେଖା ମାହାନ୍ତ ଘରେ କେହି ନଥିବା ସମୟରେ ଏକାକି ରୋଷେଇ କରୁଥଲେ । କାଠ ଚୁଲାରେ ରୋଷେଇ କରୁଥିବାବେଳେ ସେ ପିନ୍ଧିଥିବା ଡ୍ରେସରେ ନିଆଁ ଲାଗି ଯାଇଥିଲା । ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.