ETV Bharat / state

ସାଧାରଣ ଲୋକଙ୍କୁ ସପ୍ତଶଯ୍ୟା ମନା

ଢେଙ୍କାନାଳର ସପ୍ତଶଯ୍ୟା ରାମ ମନ୍ଦିର ସହ ସମସ୍ତ ମନ୍ଦିର ସାଧାରଣ ଦର୍ଶନ ନିମନ୍ତେ ବାରଣ । ଏ ନେଇ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ..

author img

By

Published : Apr 19, 2021, 10:40 PM IST

ସାଧାରଣ ଲୋକଙ୍କୁ ସପ୍ତଶଯ୍ୟା ମନା
ସାଧାରଣ ଲୋକଙ୍କୁ ସପ୍ତଶଯ୍ୟା ମନା

ଢେଙ୍କାନାଳ : ରାମ ନବମୀ ପାଇଁ ଜାରି ହେଲା କଡା କଟକଣା । ଢେଙ୍କାନାଳର ସପ୍ତଶଯ୍ୟା ରାମ ମନ୍ଦିର ସହ ସମସ୍ତ ମନ୍ଦିର ସାଧାରଣ ଦର୍ଶନ ନିମନ୍ତେ ବାରଣ । ଏ ନେଇ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

ସାଧାରଣ ଲୋକଙ୍କୁ ସପ୍ତଶଯ୍ୟା ମନା
ସାଧାରଣ ଲୋକଙ୍କୁ ସପ୍ତଶଯ୍ୟା ମନା

କୋରୋନାର ଦ୍ବିତୀୟ ଲହରରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏପଟେ ଆସନ୍ତା ୨୧ ତାରିଖ ଅର୍ଥାତ ବୁଧବାର ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସଵ । ଏହି ଅବସରରେ ଢେଙ୍କାନାଳର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାର ରାମମନ୍ଦିରରେ ଏହା ଧୁମ ଧାମରେ ପାଳିତ ହୁଏ । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର କୋରୋନା ସଂକ୍ରମଣ ଆଶଙ୍କା କରି ଚଳିତ ବର୍ଷ ରାମ ନବମୀ ଉତ୍ସବ ଉପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପ୍ରତିବନ୍ଧକ ଲଗାଇଛି ।

ଏହି ଉଦ୍ଦେଶ୍ୟରେ ସୋମବାର ସ୍ବତନ୍ତ୍ର ବୈଠକ ମାଧ୍ୟମରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ରାମନବମୀ ପାଇଁ କଟକଣା ଜାରି କରିଛନ୍ତି । ଏପରିକି ସପ୍ତଶଯ୍ୟାକୁ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବାରଣ କରିଥିବା ସହ ଜିଲ୍ଲାର ସମସ୍ତ ମନ୍ଦିର ଗୁଡିକ ସାଧାରଣ ଦର୍ଶନ ମନା କରାଯାଇଛି । ଫଳରେ ଚଳିତ ବର୍ଷ ସପ୍ତଶଯ୍ୟାସ୍ଥିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ କେବଳ ପୂଜକଙ୍କ ପୂଜା ଓ ନୀତିକାନ୍ତି ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସଵ ସୀମିତ ରହିବ ବୋଲି ଘୋଷଣା କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.