ETV Bharat / state

ଆଧୁନିକ ଯୁଗରେ ପୂରାତନ ଜୀବନଶୈଳୀର ଛାପ ଦେଖାଉଛି କଣ୍ଢେଇ ନାଚ - ଢେଙ୍କାନାଳ ଗଜଳଷ୍ମୀ ପୂଜା କଣ୍ଢେଇ ନାଚ

ଲୋକକଳା ଓ ଲୋକସଂସ୍କୃତିକୁ ପଦର୍ଶନ କରୁଛି କଣ୍ଢେଇ ନାଚ । ଆଧୁନିକ ଛାପ ମଧ୍ୟରେ ପୁରୁଣା କାଳର ରିତିନୀତି ଓ ମହିଳାମାନଙ୍କ କାର୍ଯ୍ୟ ପ୍ରଣାଳୀର ଲୋକକଳାକୁ ଜୀବିତ ରଖିଛି କଣ୍ଢେଇ ନାଚ । ଅଧିକ ପଢନ୍ତୁ

puppet dance
puppet dance
author img

By ETV Bharat Odisha Team

Published : Nov 7, 2023, 9:56 PM IST

puppet dance

ଢେଙ୍କାନାଳ: ମନମୋହୁଛି କଣ୍ଢେଇ ନାଚ । କଣ୍ଢେଇ ନାଚ ମାଧ୍ୟରେ ଓଡିଆ ଘରର ପାରମ୍ପରିରକ ଜୀବନଳୌଳୀକୁ ପଦର୍ଶନ କରୁଛନ୍ତି କଳାକାର । ଆଜିର ଆଧୁନିକ ଛାପ ମଧ୍ୟରେ ପୁରୁଣା କାଳର ରିତିନୀତି ଓ ମହିଳାମାନଙ୍କ କାର୍ଯ୍ୟ ପ୍ରଣାଳୀ ଆଉ ପ୍ରୟତଃ ଦେଖିବାକୁ ମିଳୁନାହିଁ । ଏହାରି ମଧ୍ୟରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲଷ୍ମୀ ପୂଜାରେ ମୁଖ୍ୟ ଆକର୍ଷଣ ସାଜିଛି କଣ୍ଢେଇ ନାଚ । ଯାହା ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରୁଛି ।

କୁମାର ପୂର୍ଣ୍ଣିମା ଅବସରରରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଢେଙ୍କାନାଳର ଗଜଳଷ୍ମୀ ପୂଜାକୁ ୧୧ ଦିନ ବ୍ୟାପି ବେଶ ଧୂମ ଧାମରେ ପାଳୁଛନ୍ତି ଢେଙ୍କାନାଳବାସୀ । ଚଳିତ ବର୍ଷ ୩୮ ଗୋଟି ମଣ୍ଡପରେ ମା' ଲଷ୍ମୀଙ୍କ ମୃଣୟୀ ମୂର୍ତ୍ତି ପୂଜା ପାଉଛନ୍ତି । ବୁଧବାର ମା' ଙ୍କୁ ମେଲାଣି ଦେବେ ଢେଙ୍କାନାଳବାସୀ । ବିଶେଷ କରି ଢେଙ୍କାନଳ ଗଜଲଷ୍ମୀ ପୂଜା ପରମ୍ପରା, ରୀତିନୀତି ଉପରେ ବିଶେଷ ଭାବେ ଗୁରୁତ୍ୱ ବହନ କରିଥାଏ । ତେବେ ଚଳିତ ବର୍ଷ ପୂଜା ପ୍ରତିଷ୍ଠାନମାନଙ୍କ ପକ୍ଷରୁ ଆକର୍ଷଣୀୟ ସାଜ ସଜ୍ଜା ପୂଜା ବଜାରକୁ ବେଶ ସରଗରମ କରିଛି । ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକମାଳା ସାଙ୍ଗକୁ ସୁଉଚ୍ଚ ତୋରଣ ଦେଖାଣାହାରୀଙ୍କୁ ଆକୃଷ୍ଠ କରୁଛି ।

ଲଷ୍ମୀପୂଜା ଇତିହାସ ମୁତାବକ ଲଷ୍ମୀ ବଜାର ଲଷ୍ମୀପୂଜା ପ୍ରତିଷ୍ଠାନ ମା'ଙ୍କ ପୂଜା ଅର୍ଚ୍ଚନା ଠାରୁ ଆରମ୍ଭ କରି ଭୋଗ, ଦହି ପଖାଳ ଆଦି ପ୍ରସାଦ ସେବନ କାର୍ଯ୍ୟକ୍ରମ ଓ ସାଜସଜ୍ଜା ଯାଏଁ ପୁରାତନ ପରମ୍ପରା ଉପରେ ଗୁରୁତ୍ୱ ଦେଇ ଆସୁଛି । ଢେଙ୍କାନଳ ଲଷ୍ମୀପୂଜା ଇତିହାସ ମୁତାବକ, ୬୦ଦଶକରେ ଏହି ବଜାରର ବି. ସମାଲ ବିଡ଼ି ଓ ଗଜଲଷ୍ମୀ ଗୁଡାଖୁ ପକ୍ଷରୁ ନିଜର ବ୍ୟବସାୟୀକ ଦୃଷ୍ଟି କୋଣରୁ ପ୍ରତେକ ବର୍ଷ ଲଷ୍ମୀ ପୂଜାରେ ଗୋଟି ପୁଅ ନୃତ୍ୟ, ରାମଲୀଲା ଓ ମାଙ୍କଡ଼ନୃତ୍ୟ ଆଦି ଲୋକକଳା ପ୍ରଦର୍ଶନ କରିଥାନ୍ତି । ଏହି ଲୋକକଳା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥାନ୍ତି । ମାତ୍ର ଆଜିର ଆଧୁନିକ ସମୟରେ ବିଭିନ୍ନ ଅତ୍ୟାଧୁନିକ ସାଜସଜ୍ଜା ଲୋକଙ୍କ ରୁଚିକୁ ନେଇ ବର୍ତମାନ ପୂଜା ପ୍ରତିଷ୍ଠାନମାନେ ଗୁରୁତ୍ବ ଦେଇଛନ୍ତି । ମାତ୍ର ଏହି ଲଷ୍ମୀ ବାଜାର ଚଳିତ ବର୍ଷ ନିଜ ବାପ ଅଜା ଅମଲର ସ୍ମୃତିକୁ ମନେ ପକାଇ କଣ୍ଢେଇ ନାଚ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରୁଛନ୍ତି ଜଣେ କଳାକାର ।

ଏହା ମଧ୍ୟ ପଢ଼ନ୍ତୁ.....କମୁଛି ଚାହିଦା, ହଜୁଛି କଳା: ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ବଡକୋଦଣ୍ଡାର କଣ୍ଢେଇ ନାଚ

ତେବେ ପୂଜା ବଜାରରେ ଲଷ୍ମୀ ବଜାରର ଏହି କଣ୍ଢେଇ ନାଚ ଦର୍ଶକ ମାନଙ୍କୁ ବାନ୍ଧି ରଖୁଛି । ପୁରାତନ ଯୁଗର ଘେରେ ଘରେ ମହିଳାମାନଙ୍କ ପେଶା ଚକି, ଢ଼ିଙ୍କି କୋଟା, ମାଛ କଟା, ଶିଳରେ ବେସର ବଟା, ମୁଢି ଭଜା ଆଦି ପୁରାତନ ପରିବାରର ଜୀବନଶୈଳୀକୁ କଣ୍ଢେଇ ନାଚ ନିଚ୍ଛକ ଚିତ୍ର ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରୁଛି । ଯାହାକି ଆଜିର ଆଧୁନିକ ମହିଳାମାନଙ୍କୁ ବେଶ ସଚେତନ କରିପାରୁଛି । ଫଳରେ ପୂଜା ବଜାରରେ ଏହି କଣ୍ଢେଇ ନାଚ ଆଗରେ ଦର୍ଶକମାନଙ୍କ ଭିଡ଼ ଜମୁଛି । ନିଜ ବାପ ଆଜା ଅମଳର ଲଷ୍ମୀପୂଜାର ପରମ୍ପାରାକୁ କଣ୍ଢେଇ ନାଚ ମାଧ୍ୟମରେ ପ୍ରଦର୍ଶନ ହୋଇଥିବା ପ୍ରକାଶ କରିଛନ୍ତି ସ୍ବର୍ଗତ ବି. ସାମଲଙ୍କ ପୁଅ । ଏହି କଣ୍ଢେଇ ନାଚ ପୁରାତନ ପରିବାରର ଜୀବନଶୈଳୀକୁ କଣ୍ଢେଇ ନାଚ ମାଧ୍ୟମରେ ପ୍ରଦର୍ଶନ ଆଧୁନିକ ମହିଳାମାନଙ୍କ ପାଇଁ ଏକ ଉଦାହରଣ ସାଜିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.