ETV Bharat / state

ବନ୍ୟାଜଳରେ ବୁଡିଲା ଶୈବପୀଠ - dhenkanal

ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା କରମୂଳର ଅନ୍ୟତମ ପ୍ରସିଦ୍ଧ ଦୌଡେଶ୍ବର ମହାଦେବ ଶୈବ ପୀଠ ବନ୍ୟା ଜଳରେ ବୁଡି ରହିଥିବା ଦେଖାଯାଇଛି ।

ବନ୍ୟାଜଳରେ ବୁଡିଲା ଶୈବପୀଠ
ବନ୍ୟାଜଳରେ ବୁଡିଲା ଶୈବପୀଠ
author img

By

Published : Aug 17, 2020, 4:11 PM IST

ଢେଙ୍କାନାଳ: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାର ଭୁବନ ଓ ଗଦିଁଆ ବ୍ଲକର କେତକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଗଁନ୍ଦିଆର ଡଉଁରୀ ନାଳରୁ ବନ୍ୟା ଜଳ ପ୍ରବାହିତ ହୋଇ କରମୂଳ ପଞ୍ଚାୟତ ଜଳମଗ୍ନ ହୋଇଛି । ଫଳରେ କରମୂଳର ଅନ୍ୟତମ ପ୍ରସିଦ୍ଧ ଦୌଡେଶ୍ବର ମହାଦେବ ଶୈବ ପୀଠ ମଧ୍ୟ ବନ୍ୟା ଜଳରେ ବୁଡି ରହିଥିବା ଦେଖାଯାଇଛି ।

ବନ୍ୟାଜଳରେ ବୁଡିଲା ଶୈବପୀଠ

ତେବେ ବନ୍ୟା ପରିସ୍ଥିତି ଯୋଗୁଁ ପୀଠରେ ମହାଦେବଙ୍କ ନୀତିକାନ୍ତି ବନ୍ଦ ହୋଇଯାଇଛି । ସେହିପରି ଏହି ବନ୍ୟାଜଳରେ କରମୂଳ,ବାଇସିଂହା ଓ ରାଇତୈଲା ପଞ୍ଚାୟତର କରମୂଳ, କଙ୍କା, ବଲଭ, ଖଙ୍କର, ମକୁନ୍ଦପୁର, ଆମ୍ବବାହାଳି, ମକୁନ୍ଦପୁର, ଗୋରଡାପାଳ ଓ ଭାଲିଆପାଟ ଆଦି ଗ୍ରାମର ଶହ ଶହ ଏକର ଚାଷଜମି ବନ୍ୟାଜଳରେ ବୁଡି ରହିଛି । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ରାହ୍ମଣୀ ନଦୀର ଜଳସ୍ତର ବଢୁଥିବାରୁ ଡ଼ଉଁରୀ ନାଳର ପାଣି ନଦୀକୁ ଯାଇ ନପାରି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.