ETV Bharat / state

ପ୍ରଥମ ସପ୍ତଶଯ୍ୟା ହସ୍ତ ଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଘାଟିତ

ଦେଶବିଦେଶରେ ଲୋକପ୍ରିୟତା ଅର୍ଜନ କରିଥିବା ଢେଙ୍କାନାଳର ପ୍ରଥମ ସପ୍ତଶଯ୍ୟା ହସ୍ତ ଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

author img

By

Published : Jun 11, 2022, 2:04 PM IST

ପ୍ରଥମ ସପ୍ତଶଯ୍ୟା ହସ୍ତ ଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଘାଟିତ
ପ୍ରଥମ ସପ୍ତଶଯ୍ୟା ହସ୍ତ ଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଘାଟିତ

ଢେଙ୍କାନାଳ: ଦେଶବିଦେଶରେ ଲୋକପ୍ରିୟତା ଅର୍ଜନ କରିଥିବା ଢେଙ୍କାନାଳର ପ୍ରଥମ ସପ୍ତଶଯ୍ୟା ହସ୍ତ ଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳର ସଦେଇବେରଣୀ ଡୋକ୍ରା କାରୀଗରଙ୍କ କଳାକୃତି ଗ୍ରାମ ଠାରେ ଏହି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବକୁ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି ।

ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ଉଦଘାଟିତ ଏହି ମହୋତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ବିଭିନ୍ନ ହସ୍ତଶିଳ୍ପ କାରୁକାର୍ଯ୍ୟକୁ ନେଇ ୪୫ଟି ଷ୍ଟଲ ଖୋଲାଯାଇଛି । ବିଭିନ୍ନ ଅଞ୍ଚଳର ସ୍ଥାନୀୟ ହସ୍ତଶିଳ୍ପକୁ ଏହି ଷ୍ଟଲ ମାନଙ୍କରେ ପ୍ରଦର୍ଶନ ଓ ବିକ୍ରି ପାଇଁ କାରିଗରମାନେ ପସରା ଖୋଲିଛନ୍ତି । ଏହି ଅବସରରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଳାକାରମାନେ ସାମିଲ ହୋଇ କଳାକୃତି ପ୍ରଦର୍ଶନ କରିଛନ୍ତି । ଏହାସହ ଦର୍ଶକମାନେ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.