ETV Bharat / state

ଦୀପାବଳିରେ ଅଘଟଣ, ବାଣ ଦୋକାନରେ ବିସ୍ଫୋରଣ ଘଟି ୪ ଗୁରୁତର

author img

By

Published : Oct 25, 2022, 7:19 AM IST

ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ । ୪ଜଣ ଗୁରୁତର ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଗଲା ୧୦ରୁ ଉର୍ଦ୍ଧ୍ବ ଗ୍ରାହକଙ୍କ ଜୀବନ । ଅଧିକ ପଢନ୍ତୁ

Etv Bharat
Etv Bharat

ଢେଙ୍କାନାଳ: ଦୀପାବଳିରେ ଅଘଟଣ, ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ(Fire Cracker shop Explosion in Dhenkanal ) । ୪ଜଣ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲା ୧୦ରୁ ଉର୍ଦ୍ଧ୍ବ ଗ୍ରାହକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡ଼ସୁଆଁଳୋ ଗ୍ରାମରେ ।

ସମସ୍ତ ଆହତକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ, ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଗୁରତରମାନେ ହେଲେ ସେହି ଗ୍ରାମର ଦୁଷ୍ମନ୍ତ ନାୟକ, ତାଙ୍କର ନାବାଳକ ପୁଅ ପ୍ରତୀକ ନାୟକ, ଅନ୍ୟ ଦୁଇଜଣ ୧୨ବର୍ଷର ଅନୁଷ୍କା ପାଲ ଓ ଜଗବନ୍ଧୁ ନାୟକ ବୋଲି ଜଣାପଡିଛି ।

ଦୀପାବଳିରେ ଅଘଟଣ, ବାଣ ଦୋକାନରେ ବିସ୍ଫୋରଣ ଘଟି ୪ ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ ବଡ଼ସୁଆଁଳୋ ଗ୍ରାମର ଶିଶିର ପାଲ ତାଙ୍କ ଘର ନିକଟରେ ଦୀପାବଳି ନିମନ୍ତେ ଏକ ବାଣ ଦୋକାନ ଖୋଲିଥିଲେ । ଆଜି ଦୀପାବଳି ଅବସରରେ ବାଣ କିଣିବାକୁ ୧୦ରୁ ୧୫ ଜଣ ଗ୍ରାହକ ଦୋକାନକୁ ଆସିଥିଲେ । ଏହି ସମୟରେ କୌଣସି କାରଣରୁ ଅଚାନକ ବାଣ ଦୋକାନରେ ବିସ୍ଫୋରଣ ହୋଇଥିଲା । ଫଳରେ ବାଣ ଗୁଡିକ ଫୁଟିବା ସହ ଅଗ୍ନିକାଣ୍ଡ ହୋଇଥିଲା । ଫଳରେ ବାଣ ଦୋକାନରେ ଥିବା ଗ୍ରାହକମାନେ ପ୍ରାଣ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡ଼ି ପଳାଇଥିଲେ ।

ମାତ୍ର ସେମାନଙ୍କ ମଧ୍ୟରୁ ଦୁଇ ନାବାଳକଙ୍କ ସହ ୪ଜଣ ବିସ୍ଫୋରଣରେ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାକୁ ନିଆଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସେମାନଙ୍କ ହାତ ଗୋଡ଼ ଓ ମୁହଁ ଆଦି ବାଣର ନିଆଁରେ ଜଳି ଯାଇଥିବା ସୂଚନା ମିଳିଛି ।

ଢେଙ୍କାନାଳ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.