ETV Bharat / state

ଢେଙ୍କାନାଳ OPTCL ପାୱାର ଗ୍ରୀଡ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

author img

By

Published : Feb 21, 2021, 10:12 AM IST

Updated : Feb 21, 2021, 10:49 AM IST

ଢେଙ୍କାନାଳ OPTCL ପାୱାର ଗ୍ରୀଡ଼ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

10:09 February 21

ଢେଙ୍କାନାଳ: OPTCL ଗ୍ରୀଡ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ ବା ଓପିଟିସିଏଲ ପାୱାର ଗ୍ରୀଡ ଷ୍ଟେସନରେ ସକାଳ 7ଟାରେ ସମୟରେ ଲାଗିଛି ନିଆଁ । ଘଟଣାସ୍ଥଳରେ 10ରୁ ଊର୍ଦ୍ଧ୍ବ ଦମକଳବାହିନୀ ନିୟୋଜିତ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ନଥିବାବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ନିଆଁକୁ ଆୟତ୍ତ କରିବାକୁ ସ୍ଥାନୀୟ ଟାଟା ଷ୍ଟିଲ, ଜିଏମଆର, ନବଭାରତ, ଏମଜିଏମ ଆଦି କାରଖାନାର ସମସ୍ତ ଦମକଳବାହିନୀ ସହ ବନରପାଲ, ହିନ୍ଦୋଳରୋଡ, ଅନୁଗୋଳ, ଖଜୁରିଆକଟା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ନିଆଁ ଲାଗି ପାୱାର ଗ୍ରୀଡ ଟ୍ରାନ୍ସଫରମର ଗୁଡିକ ଜଳିପୋଡି ଯାଇଛି । ଏଥିରୁ ବ୍ୟାପକ ମାତ୍ରାରେ ତେଲ ବାହାରିବାରେ ଲାଗିଛି । ଫଳରେ ନିଆଁ ଆହୁରି ଭୟଙ୍କର ହେବାରେ ଲାଗିଛି । ସେପଟେ ନିଆଁ ଲାଗିଯିବାରୁ କୋଟି କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Feb 21, 2021, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.