ETV Bharat / state

ଅଧୁରା ରହିଲା ପୁଅର ଜନ୍ମଦିନ, ବୋହୂକୁ ହତ୍ୟା କଲେ ଶାଶୂଘର !

ଢେଙ୍କାନାଳରେ ଚାଞ୍ଚଲ୍ୟ । ପୁଅର ଜନ୍ମଦିନ ପାଳିବା ଆଗରୁ ମା’ର ମିଳିଲା ମୃତଦେହ । ସେପଟେ ମହିଳାଙ୍କ ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

author img

By

Published : Mar 12, 2020, 11:37 PM IST

family killed the daughter-in-law allegation in dhenkanal
ଅଧୁରା ରହିଲା ପୁଅର ଜନ୍ମଦିନ, ବୋହୂକୁ ହତ୍ୟା କଲେ ଶାଶୂଘର ଲୋକେ !

ଢେଙ୍କାନାଳ: ପୁଅର ଥିଲା ପ୍ରଥମ ଜନ୍ମଦିନ । ଜନ୍ମଦିନ ପାଳିବା ପାଇଁ ହସଖୁସିରେ ଚାହିଁ ରହିଥିଲା ମା’ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ପୁଅର ପ୍ରଥମ ଜନ୍ମଦିନ ପାଳିବା ଆଗରୁ ଆର ପାରିକୁ ଚାଲିଗଲା ମା’ । ଏଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ପାଟଲା ଗାଁରେ ।

ମୃତ ମହିଳା ହେଲେ ମିନତୀ ଖୁଣ୍ଟିଆ । ଗୁରୁବାର ତାଙ୍କ ମୃତଦେହ ରଶିରେ ଝୁଲୁଥିବା ଦେଖିବାକୁ ମିଳିଛି । ଏପଟେ ଘଟଣା ପରେ ଘରେ କେହି ନଥିବା ଏହି ଘଟଣାକୁ ସନ୍ଦେହ ଘେରକୁ ଟାଣି ଆଣିଛି । ମହିଳାଙ୍କୁ ହତ୍ୟା ପରେ ଝୁଲାଇ ଦେଇ ଶଶ୍ବୁର ଘର ଲୋକେ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

ଘଟଣା ଅନୁସାରେ, ଗତ ୨୦୧୮ ମସିହାରେ ସନ୍ତୋଷ ଖୁଣ୍ଟିଆଙ୍କୁ ବିବାହ କରିଥିଲେ ମିନତୀ । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ଆଜି ପୁଅର ଥିଲା ପ୍ରଥମ ଜନ୍ମଦିନ । ତେବେ ଗୁରୁବାର ସକାଳେ ତାଙ୍କ ମୃତଦେହ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ଖବର ପାଇ ବାଲିମୀ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ବିବାହ ପରେ ସ୍ବାମୀ ଓ ଶାଶୂଘର ଲୋକେ ମିନତୀକୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିଲେ ବୋଲି ବାପଘର ପକ୍ଷରୁ ଅଭିଯୋଗ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.