ETV Bharat / state

ସାମାନ୍ୟ କଳହରୁ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ସାମାନ୍ୟ କଳହକୁ ନେଇ ରାତିରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର 5 ପ୍ରାଣୀ । ଅଧିକ ପଢନ୍ତୁ...

ସାମାନ୍ୟ କଳହରୁ ଘରେ ନିଆଁ ଲଗାଇଦେଲେ ଦୁର୍ବତ୍ତ

author img

By

Published : Jun 2, 2021, 8:33 AM IST

ଢେଙ୍କାନାଳ: ସାମାନ୍ୟ କଳହକୁ ନେଇ ରାତିରେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଫଳରେ ରାତିରେ ଶୋଇଥିବାବେଳେ ଜଳିଗଲା ଘର । ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ପୋଲିସର ବେଫିକର ମନୋବୃତ୍ତିରୁ ଏପରି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ।

ସାମାନ୍ୟ କଳହରୁ ଘରେ ନିଆଁ ଲଗାଇଦେଲେ ଦୁର୍ବତ୍ତ

ସୂଚନା ଅନୁଯାୟୀ ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ସାମାନ୍ୟ କାରଣରୁ ସୁଧାଂଶୁ ସାମଲ ଓ କ୍ଷୀରୋଦ ମହାନ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ । ମାମଲା ଯାଇ ଥାନାରେ ପହଞ୍ଚିଥିଲା । ମାତ୍ର ମୋଟଙ୍ଗା ପୋଲିସର ଖାମ ଖିଆଲି ମନୋଭାବରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ଏପରିକି ଗତ ବିଳମ୍ବିତ ରାତିରେ ସୁଧାଂଶୁ ସାମଲଙ୍କ ଘରେ ସମସ୍ତେ ଶୋଇ ଥିବାବେଳେ କ୍ଷୀରୋଦ ମହାନ୍ତି ଏବଂ ତାଙ୍କ ସାଥୀମାନେ ମିଶି ସୁଧାଂଶୁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ତେବେ ନିଆଁରେ ସୁଧାଂଶୁଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଥିବା ସୁଧାଂଶୁ ଅଭିଯୋଗ କରିଛନ୍ତି । ମାତ୍ର ସୌଭଗ୍ୟବଶତଃ ତାଙ୍କର ବୁଢା ବାପା ମାଆ, ଦୁଇ ଶିଶୁଙ୍କ ସମେତ ପତ୍ନୀ ଏପରି ୫ଜଣ ପ୍ରାଣୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଏନେଇ ସୁଧାଂଶୁଙ୍କ ପରିବାର ପକ୍ଷରୁ ମୋଟଙ୍ଗା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ନ କରାଯିବାରୁ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.