ଢେଙ୍କାନାଳ: ବ୍ରାଉନସୁଗାର ପରି ଚୋରା ବେପାରରେ ପୁରା ପରିବାର । ଏପରି ସୂଚନା ପାଇ ଅଚାନକ ଟାଉନ ଥାନା ଅଧିକାରୀ ନମିତା ନାୟକ ସଦଳବଳେ ଢେଙ୍କାନାଳ ସହରର ବାଜିଚୌକ ଅଞ୍ଚଳର ଅଭୟ ବେହେରାଙ୍କ ଘରେ ଚଢ଼ାଉ କରିଥିଲା ।
![ବ୍ରାଉନ ସୁଗାର କାରବାରରେ ଗୋଟିଏ ପରିବାରର ମା, ବାପା ଓ ପୁଅ ଗିରଫ](https://etvbharatimages.akamaized.net/etvbharat/prod-images/od-dkl-03-brown-sugar-seize-with-three-arrest-avo-od10032_29092021154505_2909f_1632910505_326.jpg)
ଏହି ଚଢ଼ାଉ ବେଳେ ବିକ୍ରି ପାଇଁ ଛୋଟ ଛୋଟ ପୁଡ଼ିଆ କରୁଥିବା ବେଳେ ଅଭୟ ବେହେରା, ତାଙ୍କ ପତ୍ନୀ ବଦାନୀ ବେହେରା ଓ ପୁଅ ଡିଲେଶ୍ୱର ବେହେରାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ପୋଲିସ ୧୩ ଗ୍ରାମ ୭୩ ମିଲିଗ୍ରାମ ବ୍ରାଉନସୁଗାର, ଓଜନ ମେସିନ ଓ ଆଲୁମିନିୟମ ଫଏଲ ଆଦି ଜବତ କରିଛି । ଏହି ଘଟଣାରେ ବାପା, ମା’ ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ପୋଲିସ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ