ETV Bharat / state

ମୋବାଇଲ ଦେଖିଲେ ଆସିଲେନି ଡାକ୍ତର, ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

author img

By

Published : Aug 27, 2022, 2:35 PM IST

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଅଭିଯୋଗ । ମୋବାଇଲ ଦେଖି ଡାକ୍ତର ଚିକିତ୍ସା ପାଇଁ ନ ଆସିବା ପରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲା ପରିବାର । ଅଧିକ ପଢନ୍ତୁ

ମୋବାଇଲ ଦେଖି ଡାକ୍ତର ଆସିନଥିବା ଅଭିଯୋଗ, ବେଡ଼ରେ ପଡି ଯୁବକ ମୃତ

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ପୁଣି ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ବାରମ୍ବାର ଡାକିଲେ ମଧ୍ୟ ଆସିଲେନି ଡାକ୍ତର । ଫଳରେ ଚିକିତ୍ସା ନପାଇ ଶଯ୍ୟାରେ ପଡି ପଡି ଚାଲିଗଲା ରୋଗୀର ଜୀବନ । ଡାକ୍ତରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବଡ଼ ଭାଇ । ମୃତ ରୋଗୀ ଜଣଙ୍କ ମଇଧର ପୁର ଗ୍ରାମର ପିଙ୍କୁନ ସେଠ । ତାଙ୍କୁ ପରିବାର ପକ୍ଷରୁ ଶୁକ୍ରବାର ସକାଳ ୧୦ଟାରୁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାର ଭେଷଜ ୱାର୍ଡରେ ଭର୍ତ୍ତି କରିଥିଲେ ।

ମୋବାଇଲ ଦେଖିଲେ ଆସିଲେନି ଡାକ୍ତର, ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ତେବେ ଗତକାଲି ଠାରୁ ରକ୍ତ ପରୀକ୍ଷା ପାଇଁ ନମୁନା ଦେଇଥିଲେ ମଧ୍ୟ ରିପୋର୍ଟ ମିଳିନ ଥିବାବେଳେ ଗତ ରାତିରେ ସେ ଗୁରୁତର ହୋଇଥିଲେ । ମାତ୍ର ପରିବାର ପକ୍ଷରୁ ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ ଆସିବାକୁ ମନା କରିଥିଲେ । ଫଳରେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଏହା ବି ପଢନ୍ତୁ- ହସ୍ପିଟାଲ ଛାତରୁ ଡେଇଁ ରୋଗୀର ଆତ୍ମହତ୍ୟା, ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କଲେ ପରିବାର

ଡାକ୍ତର ନଆସିବାରୁ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଛି ବୋଲି ଡାକ୍ତରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ତାଙ୍କ ପରିବାର । ମୃତକଙ୍କ ବଡ଼ ଭାଇଙ୍କ କହିବାନୁସାରେ, "ଗତକାଲି ପୁଅର ଦେହ ଖରାପ ହେବାରୁ ଦିନ ୧୦ଟାରେ ଚିକିତ୍ସା ପାଇଁ ଏଠାକୁ ଆଣିଥିଲୁ । ସେମାନେ ଏଠାରେ ଆଡ଼ମିଶନ କରିବା ପାଇଁ କହିଥିଲେ । ଏହାପରେ ସେ ସାଲାଇନ ଓ ପେନକିଲର ଦେଇଥିଲେ । ଦେହ ଅଧିକ ଖରାପ ହେବା ପରେ ଡାକ୍ତରଙ୍କୁ ଡାକିବା ପାଇଁ ଯାଇଥିଲୁ । ଡାକ୍ତର ମୋବାଇଲ ଦେଖୁଥିବାବେଳେ ଚିକିତ୍ସା ପାଇଁ ଆସିନଥିଲେ ।"

ଏହାପରେ ଡାକ୍ତର ରୁମର କବାଟ ବନ୍ଦ କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି । ରୋଗୀଙ୍କ ଶରୀର ହଳଦିଆ ପଡ଼ିଯିବା ପରେ ସକାଳ ସମୟରେ ଆସିଥିଲେ ଡାକ୍ତର । ଏକ ଇଞ୍ଜେକ୍ସନ ଦେବା ପରେ ତାର ମୃତ୍ୟୁ ଘଟିଥିବା କହିଥିବା ମୃତକଙ୍କ ବଡ଼ ଭାଇ କହିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏପରି ଅନେକ ମୃତ୍ୟୁ ଘଟୁଥିବା ଅଭିଯୋଗ ହୋଇ ଆସୁଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.