ETV Bharat / state

ରେଙ୍ଗାଳି କେନାଲରେ 50 ଫୁଟର ଘାଇ, ଲୋକେ ଆତଙ୍କିତ - ରେଙ୍ଗାଳି ମୁଖ୍ୟ କେନାଲ

ଢେଙ୍କାନାଳର ରେଙ୍ଗାଳି ମୁଖ୍ୟ କେନାଲରେ 50 ଫୁଟର ଘାଇ ସୃଷ୍ଟି ହେବା ପରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଅଧିକ ପଢନ୍ତୁ...

ରେଙ୍ଗାଳି କେନାଲରେ 50 ଫୁଟର ଘାଇ, ବିଭାଗୀୟ ଅଧିକାରୀଙ୍କୁ ଦାୟୀ କଲେ ଗ୍ରାମବାସୀ

author img

By

Published : Apr 8, 2021, 11:28 AM IST

ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଲେମ୍ବୁପାଳ ନିକଟରେ ରେଙ୍ଗାଳି ବାମପାର୍ଶ୍ବ ମୁଖ୍ୟ କେନାଲରେ 50 ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ଯୋଗୁଁ କେନାଲ ନିକଟସ୍ଥ ଶହ ଶହ ଏକରରୁ ଊର୍ଦ୍ଧ୍ବ ଚାଷଜମି ଜଳମଗ୍ନ ହୋଇ ଚାଷଜମି ନଷ୍ଟ ହୋଇଛି । ଏଭଳି ପରିସ୍ଥିତି ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଥିବା ଦେଖିବାକୁ ମିଳିଛି ।

ରେଙ୍ଗାଳି କେନାଲରେ 50 ଫୁଟର ଘାଇ, ବିଭାଗୀୟ ଅଧିକାରୀଙ୍କୁ ଦାୟୀ କଲେ ଗ୍ରାମବାସୀ

ତାଳଚେର ସମଲରୁ ଯାଜପୁର ଜିଲ୍ଲା ଡ଼ୁବୁରି ପର୍ଯ୍ୟନ୍ତ ଏହି କେନାଲ ନିର୍ମାଣ ହୋଇଛି । ରେଙ୍ଗାଳି ବାମପାର୍ଶ୍ବ ମୁଖ୍ୟ କେନାଲର ଲେମ୍ବୁପାଳଠାରେ ଗୁରୁବାର ସକାଳ ପ୍ରାୟ ୮ ଟା ୩୦ ବେଳକୁ ଘାଇ ସୃଷ୍ଟି ହୋଇ ପାଣି ମାଡି ଚାଲିଛି । ଫଳରେ ବାଉଁଶପାଳ ଓ ଲେମ୍ବୁପାଳ ସାହିରେ ଶହ ଶହ ଏକର ଜମି ଜଳମଗ୍ନ ହୋଇଯିବା ସହ ବାଲିଚର ମାଡି ଯାଇଛି ।

ଦୀର୍ଘ ଦିନ ହେବ ଏଠାରେ ଘାଇ ସୃଷ୍ଟି ହୋଇଥିବା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ବାସିନ୍ଦା ଜଣାଇଲେ ମଧ୍ୟ ଏହାର ମରାମତି ହୋଇନଥିବା ଅଭିଯୋଗ ହୋଇଛି । ଯାହାଫଳରେ ଗୁରୁବାର ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ କହିବା ସହିତ ସିଧାସଳଖ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.