ETV Bharat / state

ବିଦ୍ୟୁତ ଆଘାତରେ ଦନ୍ତାହାତୀ ଓ ବାରହା ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏକ ଦନ୍ତାହାତୀ ଓ ବାରହାର ମୃତଦେହକୁ ଠାବ କରିଛି ବନ ବିଭାଗ । ତେବେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

Elephants and wild pig died in electric shock
ବିଦ୍ୟୁତ ଆଘାତରେ ଦନ୍ତାହାତୀ ଓ ବାରହା ମୃତ
author img

By

Published : Dec 1, 2020, 2:20 PM IST

ଢେଙ୍କାନାଳ: ବିଦ୍ୟୁତ ଆଘାତରେ ପୁଣି ଏକ ଦନ୍ତାହାତୀ ଓ ବାରହା ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ପୁରୁଣା କୋଟ ଗ୍ରାମ ନିକଟସ୍ଥ ବେନୁପଥର ନିକଟରେ ସେମାନଙ୍କ ମୃତଦେହକୁ ଠାବ କରିଛି ବନ ବିଭାଗ । ଘଟଣା ସ୍ଥଳରୁ କିଛି ବିଦ୍ୟତ ତାର ମଧ୍ୟ ଜବତ କରାଯାଇଛି । ତେବେ ହାତୀଟିର ବୟସ ୩୦ବର୍ଷ ଓ ବରହାର ବୟସ ୧୦ବର୍ଷ ହେବ ବୋଲି ଜଣାପଡିଛି ।

ବିଦ୍ୟୁତ ଆଘାତରେ ଦନ୍ତାହାତୀ ଓ ବାରହା ମୃତ

ଏହି ଅଞ୍ଚଳରେ ବଣୁଆ ଜୀବ ଜନ୍ତୁଙ୍କ ଉପଦ୍ରବରୁ ଧନ ଫସଲକୁ ସୁରକ୍ଷା ଦେବା ପାଇଁ ବିଦ୍ୟୁତ କରେଣ୍ଟ ବିଛାଯାଇଥିବା ବେଳେ ଏହି ହାତୀ ଓ ବାରହା ବିଦ୍ୟୁତ ଫାଶରେ ପଡି ଯାଇଥିବା ଅନୁମାନ କରାଯାଇଛି । ତେବେ ହିନ୍ଦୋଳ ବନାଞ୍ଚନ ବନ କର୍ମଚାରୀମାନେ ପହଞ୍ଚି ହାତୀ ଓ ବାରହାର ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.