ETV Bharat / state

ଗୁଡ଼ ବିକାଳୀଙ୍କୁ କଚାଡି ମାରିଲା ଦନ୍ତା - ଗୁଡ଼ ବିକାଳୀଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ପଟାଲୁ ସଂରକ୍ଷିତ ଜଙ୍ଗଲ ରାସ୍ତାରେ ହାତୀ ଆକ୍ରମଣରେ ଜଣେ ଗୁଡ ବିକାଳୀଙ୍କର ଜୀବନ ଯାଇଛି । ଅଧିକ ପଢନ୍ତୁ...

ଗୁଡ଼ ବିକାଳୀଙ୍କୁ କଚାଡି ମାରିଲା ଦନ୍ତା
ଗୁଡ଼ ବିକାଳୀଙ୍କୁ କଚାଡି ମାରିଲା ଦନ୍ତା
author img

By

Published : Apr 11, 2021, 7:40 AM IST

ଢେଙ୍କାନାଳ: ଜିଲ୍ଲାରେ ଲଗାତାର ଲାଗି ରହିଛି ହାତୀ ଆତଙ୍କ । ହାତୀ ଆକ୍ରମଣରେ ଦିନକୁ ଦିନ ଅନେକ ଲୋକଙ୍କ ଅକାଳରେ ଚାଲିଯାଉଛି ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ପଟାଲୁ ସଂରକ୍ଷିତ ଜଙ୍ଗଲ ରାସ୍ତାରେ ହାତୀ ଆକ୍ରମଣରେ ଜଣେ ଗୁଡ ବିକାଳୀଙ୍କର ଜୀବନ ଯାଇଛି ।

ଗୁଡ଼ ବିକାଳୀଙ୍କୁ କଚାଡି ମାରିଲା ଦନ୍ତା

ସୂଚନାଅନୁସାରେ, ଜିଲ୍ଲା ଭାପୁର କୋତ୍ତମ ଗ୍ରାମର ମାୟାଧର ସ୍ୱାଇଁ ସବୁଦିନ ପରି ସାଇକେଲରେ ବମ୍ପା ଗ୍ରାମରୁ ଗୁଡ଼ ବିକ୍ରି କରି ପଟାଲୁ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିଲେ । ଫେରୁଥିବା ସମୟରେ ଜଙ୍ଗଲ ରାସ୍ତାରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ମାୟାଧରଙ୍କୁ କଚାଡି ଦେଇଥିଲା । ଘଟଣାସ୍ଥଳରେ ହିଁ ମାୟାଧରଙ୍କର ମୃତ୍ୟୁ ହୋଇଥିଲା ।

ମୟାଧରଙ୍କ ଜୀବନ ଯିବା ପୂର୍ବରୁ ସେ ତାଙ୍କୁ ଫୋନରୁ ତାଙ୍କ ପୁତୁରାକୁ ଜଣାଇ ଦେଇଥିଲେ । ପରେ ତାଙ୍କ ପରିବାର ପକ୍ଷରୁ ହିନ୍ଦୋଳ ବନକର୍ମଚାରୀଙ୍କ ସହାୟତାରେ ତାଙ୍କୁ ଖୋଜି ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.