ETV Bharat / state

ହାତୀ ଆକ୍ରମଣରେ ବାପା ମୃତ, ଅଳ୍ପକେ ବର୍ତ୍ତିଲା ପୁଅ - ଢେଙ୍କାନାଳ ଖବର

ହାତୀ ଆକ୍ରମଣରେ ବାପା ମୃତ, ଅଳ୍ପକେ ବର୍ତ୍ତିଲା ପୁଅ । ତଦନ୍ତ ଜାରି । ଅଧିକ ପଢନ୍ତୁ...

elephant attack in dhenkanal
ହାତୀ ଆକ୍ରମଣରେ ବାପା ମୃତ, ଅଳ୍ପକେ ବର୍ତ୍ତିଲା ପୁଅ
author img

By

Published : Dec 23, 2020, 10:56 PM IST

ଢେଙ୍କାନାଳ: ହାତୀ ଆକ୍ରମଣରେ ବାପ ମୃତ ଅଳ୍ପକେ ବର୍ତ୍ତିଲା ପୁଅ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିରୋଡ଼ ରେଞ୍ଜ ଅଞ୍ଚଳରେ ବୁଧବାର ରାତିରେ ଘଟିଛି ଏପରି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହାତୀ ଆକ୍ରମଣରେ ବାପା ମୃତ, ଅଳ୍ପକେ ବର୍ତ୍ତିଲା ପୁଅ

ସୂଚନା ଅନୁସାରେ, ନିରଞ୍ଜନ ଓ ତାଙ୍କ ପୁଅ ନାଗା ଦୁଇଟି ସାଇକେଲ ଯୋଗେ କନ୍ଦରସିଂଙ୍ଗାକୁ ଧାନ ପେସାଇବାକୁ ଯାଇ ନିଜ ଗାଁକୁ ଫେରୁଥିଲେ । ତେବେ ମଝିକା କାଳୀମନ୍ଦିର ନିକଟରେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ନିରଞ୍ଜନଙ୍କୁ ଟେକି କଚାଡି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା l ସେପଟେ, ପୁଅ ନାଗା ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି ଅଞ୍ଚଳ ପ୍ରତ୍ୟେକ ଦିନ ହାତୀ ଉପଦ୍ରବ ଲାଗିରହିଥିବାରୁ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଓ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏ ଅଞ୍ଚଳରେ ବିଭିନ୍ନ ସମୟରେ ହାତୀ ଆତଙ୍କ ଦେଖାଯାଉଥିବା ବେଳେ ବ୍ୟାପକ ମାତ୍ରାରେ ଧନଜୀବନ ନଷ୍ଟ ମଧ୍ୟ ହେଉଛି l ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗତ ସପ୍ତାହରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ମଧ୍ୟ ହେଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.