ETV Bharat / state

ଥମୁନି ଉପଦ୍ରବ; ପୁଣି ଜଣେ ମହିଳାଙ୍କୁ କଚାଡି ମାରିଲା ଦନ୍ତା - ମହିଳାଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ ଜିଲ୍ଲାର ବନଖଣ୍ଡ ଅଧିନସ୍ଥ ମହାବିରୋଡ଼ ରେଞ୍ଜ ଡିହୋଡୋଳ ସେକ୍ସନ ଅଞ୍ଚଳର ଦନ୍ତାହାତୀଙ୍କ ଉପଦ୍ରବ ଥମିବାର ନା ଧରୁନି । ଫଳରେ ଜଣଙ୍କ ପରେ ଜଣଙ୍କୁ ଦନ୍ତା ମାରି ଚାଲିଛି । ଅଧିକ ଖବର ପଢନ୍ତୁ...

ଥମୁନି ଉପଦ୍ରବ; ପୁଣି ଜଣେ ମହିଳାଙ୍କୁ କଚାଡି ମାରିଲା ଦନ୍ତା
ଥମୁନି ଉପଦ୍ରବ; ପୁଣି ଜଣେ ମହିଳାଙ୍କୁ କଚାଡି ମାରିଲା ଦନ୍ତା
author img

By

Published : Dec 15, 2019, 1:09 PM IST

ଢେଙ୍କାନାଳ: ଜିଲ୍ଲାର ବନଖଣ୍ଡ ଅଧିନସ୍ଥ ମହାବିରୋଡ଼ ରେଞ୍ଜ ଡିହୋଡୋଳ ସେକ୍ସନ ଅଞ୍ଚଳର ଦନ୍ତାହାତୀଙ୍କ ଉପଦ୍ରବ ଥମିବାର ନା ଧରୁନି । ପୁଣି ଜଣେ ମହିଳାଙ୍କୁ ଦନ୍ତା ମାରିଦେଇଥିବା ଜଣାପଡିଛି ।

ଥମୁନି ଉପଦ୍ରବ; ପୁଣି ଜଣେ ମହିଳାଙ୍କୁ କଚାଡି ମାରିଲା ଦନ୍ତା

ମିଳିଥିବା ସୂଚନା ଅନୁସାରେ, ଏହି ମହିଳା ଜଣକ ହେଲେ ପରଜଙ୍ଗ ଥାନା ଅନ୍ତର୍ଗତ ଡେମୋଳ ଗ୍ରାମର ଗାଣ୍ଡୁ ବେହେରାଙ୍କ ପତ୍ନୀ ବୁଧେଈ ବେହେରା । ବୁଧେଈ ଶନିବାର ଛେଳି ଚରାଇବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲ ଜମି ଆଡକୁ ଯାଇଥିଲେ । ସମସ୍ତ ଛେଳି ସନ୍ଧ୍ୟାରେ ଫେରି ଆସିଥିବା ବେଳେ ବୁଧେଈ ଆଉ ଘରକୁ ଫେରି ନଥିଲେ ।

ଯାହା ଫଳରେ ଗ୍ରାମର ବହୁ ଯୁବକ ଖୋଜାଖୋଜି କରିଥିଲେ ସୁଦ୍ଧା ମହିଳାଙ୍କୁ ପାଇନଥିଲେ । ତେବେ ରବିବାର ସକାଳେ ଖୋଜିବା ପରେ ଗ୍ରାମ ନିକଟସ୍ଥ ଜଙ୍ଗଳରେ ଉକ୍ତ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

ପ୍ରକାଶ ଥାଉକି ଏହି ମୃତ ମହିଳାଙ୍କ ସ୍ବାମୀ ଗାଣ୍ଡୁ ବେହେରାଙ୍କୁ ବି କିଛିଦିନ ପୂର୍ବରୁ ହାତୀ ଆକ୍ରମଣ କରିଥିଲା । ଯାହା ଫଳରେ ସେ କଟକ ଏସସିବିରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ।

ଅନ୍ୟପଟେ ରବିବାର ଖବର ପାଇ ସକାଳେ ମହାବିରୋଡ଼ ରେଞ୍ଜ ଅଧିକାରୀ ସୁବ୍ରତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ମହାବିରୋଡ଼ ବନାଞ୍ଚଳର ଥମୁନି ଦନ୍ତାର ଉପଦ୍ରବ/ପୁଣି ଜଣେ ମହିଳାଙ୍କୁ କଚାଡି ମାରିଦେଲା ଦନ୍ତା ହାତୀ/ଜଙ୍ଗଲରୁ ଦିନକ ପରେ ମିଳିଲା ମହିଳାଙ୍କ ମୃତଦେହ
ଆଙ୍କର-ଢେଙ୍କାନାଳ ଜିଲା ବନଖଣ୍ଡ ଅଧିନସ୍ତ ମହାବିରୋଡ଼ ରେଞ୍ଜ ଡିହୋଡୋଳ ସେକ୍ସନ ଅଞ୍ଚଳର ଦନ୍ତା ହାତୀର ଉପଦ୍ରବ ଥମିବାର ନା ଧରୁନି। ଏହି ଅଞ୍ଚଳରେ ହାତୀମାନେ ଉପଦ୍ରବ ଜାରି ରଖୁଛନ୍ତି। ଫଳରେ ଜଣଙ୍କ ପରେ ଜଣଙ୍କୁ ଏହି ହାତୀପଲରୁ ଏକ ଦନ୍ତା ମାରିଚାଲିଛି।ପୁ୍ଣି ଜଣେ ମହିଳାଙ୍କୁ ଏହି ଦନ୍ତା ମାରିଦେଇଥିବା ଜଣାପଡିଛି।    

Body:ମିଳିଥିବା ସୂଚନାରୁ, ଏହି ମହିଳା ଜଣଙ୍କ ହେଲେ ପର୍ଜଙ୍ଗ ଥାନା ଅନ୍ତର୍ଗତ ଡେମୋଳ ଗ୍ରାମର ଗାଣ୍ଡୁ ବେହରାଙ୍କ ପତ୍ନୀ ବୁଧେଈ ବେହେରା, ବୟସ୫୮ବର୍ଷ ବୋଲି ଜଣାପଡିଛି।ବୁଧେଈ ଗତକାଲି ଅର୍ଥାତ ଶନିବାର ଛେଳି ଚାରାଇବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲ ଜମି ଆଡକୁ ଯାଇଥିଲେ।ସମସ୍ତ ଛେଳି ସଂନ୍ଧା ରେ ଫେରି ଆସିଥିବା ବେଳେ ବୁଧେଈ ଘରକୁ ଫେରି ନଥିଲେ। ଯାହା ଫଳରେ   ଗ୍ରାମର ବହୁ ଯୁବକ ଖୋଜା ଖୋଜି କରିଥିଲେ ସୁଧା ମହିଳାଙ୍କୁ ପାଇ ପାରି ନଥିଲେ। ଆଜି ସକାଳେ ଖୋଜିବା ପରେ ଗ୍ରାମ ନିକଟସ୍ଥ ଜଙ୍ଗଳରେ ଏହି ମହିଳାଙ୍କ ମୃତ ଦେହ ପଡି ଥିବା ଦେଖିବାକୁ ମିଳିଥିଲା।ପ୍ରକାଶ ଥାଉକି ଏହି ମୃତ ମହିଳାଙ୍କ ସ୍ୱାମୀ ଗାଣ୍ଡୁ ବେହେରା ଙ୍କୁ କିଛିଦିନ ପୂର୍ବରୁ ହାତୀ ଆକ୍ରମଣ କରିଥିଲା। ଯାହା ଫଳରେ ସେ କଟକ ଏସସିବି ରେ ଚିକିତ୍ସା ପରେ ହୋଇ ସୁସ୍ଥ ହୋଇ ଫେରିଥିଲେ।

Conclusion:ତେବେ ଖବର ପାଇ ଆଜି ସକାଳେ ମହାବିରୋଡ଼ ରେଞ୍ଜ ଅଧିକାରୀ ସୁବ୍ରତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବ ଜବତ କରି ତଦନ୍ତ କରୁ ଥିବା ଜଣାପଡିଛି। ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.