ଢେଙ୍କାନାଳ: ଜମି ବାଡ଼ିକୁ କେନ୍ଦ୍ର କରି ଭାତୃବିବାଦ ରକ୍ତାକ୍ତ ଆକ୍ରମଣର ରୂପ ନେଇଛି । ଦୁଇ ବଡ଼ ଭାଇଙ୍କ ଠେଙ୍ଗା ଓ ଖଣ୍ଡା ଆକ୍ରମଣରେ ସାନ ଭାଇ ଓ ବୋହୁ ଗୁରୁତର ହୋଇଛନ୍ତି । ତେବେ ସାନ ଭାଇର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଢେଙ୍କାନାଳ ସହର ଷ୍ଟେସନ ବଜାରରେ ଏପରି ଅଭାବନୀୟ ଘଟଣା ଘଟିଛି ।
ଗୁରୁତର ମାନେ ହେଲେ ଅରୁଣ ସାହୁ ଓ ତାଙ୍କ ପତ୍ନୀ ପ୍ରଭାତୀ ସାହୁ । ଅରୁଣଙ୍କ ମୁଣ୍ଡରେ ଗଭୀର କ୍ଷତ ଯୋଗୁଁ ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହୋଇପଡିଥିବା ଜଣାପଡିଛି । ଖବର ପାଇ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଢେଙ୍କାନାଳ